ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣା: ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

କରଞ୍ଜିଆ(କେନ୍ୟୁଜ୍):ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣାରେ ୧୨ ଗିରଫ। ଯଶୀପୁର ପୋଲିସ ୧୨ଜଣଙ୍କୁ ଗିରଫ କରିବା ସହ ୫ଟି ଗାଡ଼ି ସହ ବନ୍ଧୁକ ଓ ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ଟୋଲ ଗେଟ ନିକଟରେ ଲାଗିଥିଲା CCTV ଫୁଟେଜ ଆଧାରରେ ତଦନ୍ତ କରି ସମସ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା କରଞ୍ଜିଆ SDPO ସୂଚନା ଦେଇଛନ୍ତି ।

firing

ଦୁର୍ବୃତ୍ତମାନେ ଗାଈଗୋରୁକୁ ନେଇ ଯାଉଥିବା ଗାଡି ଗୁଡିକୁ ଯଶିପୁର ଟୋଲଗେଟରେ ଦେବସେନା ପକ୍ଷରୁ ଅଟକାଇଥିଲେ । ହଠାତ ଦୁର୍ବୃତ୍ତ ଆକ୍ରମଣ ର ଶିକାର ହେବାକୁ ପଡିଥିଲା ଦେବସେନା କର୍ମକର୍ତ୍ତାଙ୍କୁ । ଦୁର୍ବୃତ୍ତମାନେ ବନ୍ଧୁକରେ ଆକ୍ରମଣ କରିଥିଲେ । ବନ୍ଧୁକ ଗୁଳିରେ ୨ଜଣ ଗୁରୁତର ହୋଇଛନ୍ତି । ଜଣକ ଗୋଡ଼ରେ ଗୁଳି ବାଜି ଥିବାବେଳେ ଅନ୍ୟ ଜଣଙ୍କ ହାତରେ ଗୁଳି ବାଜିଛି । ଗୁରୁତରଙ୍କୁ ପ୍ରଥମେ ଯଶିପୁର ଡାକ୍ତରଖାନା ପରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.