ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥକ ଓ ପ୍ରସ୍ତାବକ ପାଇଁ ଦିଲ୍ଲୀ ଗଲେ ରାଜ୍ୟ ବିଜେପିର ୧୨ ଜଣ ବିଧାୟକ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀ ଗଲେ ବିଜେପି ବିଧାୟକ । ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥକ ଓ ପ୍ରସ୍ତାବକ ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପିର ୧୨ ଜଣ ବିଧାୟକ । ଏମାନଙ୍କ ଭିତରେ ଅଛନ୍ତି ଜୟନାରାୟଣ ମିଶ୍ର, ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ଜୟନ୍ତ ଷଡ଼ଙ୍ଗୀ, ମୋହନ ମାଝୀ, ବୁଧାନ ମୁର୍ମୁସ ପ୍ରକାଶ ସୋରେନ୍‌, ମୁକେଶ ମହାଲିଙ୍ଗ, ନାଉରି ନାୟକ, ଶଙ୍କର ଓରାମ ପ୍ରମୁଖ ଦିଲ୍ଲୀ ଯାଇଛନ୍ତି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଓଡ଼ିଶାର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହା ଶ୍ରେଷ୍ଠ ଉପହାର । ସବୁ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ଦଳ ନୁହେଁ, ସମଗ୍ର ଓଡ଼ିଶାର ଗର୍ବ ଦ୍ରୌପଦୀ ମୁର୍ମୁ । ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଆବଶ୍ୟକ ବୋଲି ମୋହନ ମାଝୀ କହିଛନ୍ତି ।

Leave A Reply

Your email address will not be published.