କେନ୍ଦୁଝର ହଳଦୀବଟା ଫାୟାର ଷ୍ଟେସନ ନିକଟରୁ ୧୨ ଫୁଟର ଅଜଗର ଉଦ୍ଧାର

ଘଟଗାଁ(କେନ୍ୟୁଜ୍): ୧୨ ଫୁଟ ର ଅଜଗର ଉଦ୍ଧାର। କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ର ହଳଦୀବଟା ଫାୟାର ଷ୍ଟେସନ ନିକଟରୁ ବନ ବିଭାଗ ଏକ ୧୨ ଫୁଟର ଅଜଗର ଉଦ୍ଧାର କରିଛି। ସାପଟି ରାସ୍ତା କଡ଼ରେ ଥିବା ବେଳେ ସ୍ଥାନୀୟ ଲୋକେ ଦେଖି ସାହାରପଡା ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ସାହାରପଡା ବନପାଳ ମୋହିନୀ ମହାନ୍ତ ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଚଢେଇଭୋଳ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ବନ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.