କେନ୍ଦୁଝର କୁନ୍ଦୁରୁନାଲା ଅଞ୍ଚଳରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର

କେନ୍ଦୁଝର(କେନ୍ୟୁଜ):୧୨ ଫୁଟର ଅଜଗର ସାପ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜ ଅନ୍ତର୍ଗତ ଯୋଡା କୁନ୍ଦୁରୁନାଲା ଅଞ୍ଚଳରୁ ସାପଟିକୁ ଉଦ୍ଧାର କରିଛି ବନବିଭାଗ । ସୁନା ନଦୀ କୂଳରେ ଥିବା ରାଜୁ କାରୁଆଙ୍କ ପାରିବା ବାଡିକୁ ଗତରାତିରେ ଅଜଗରଟି ପଶି ଆସିଥିଲା ।

ପରିବା ବାଡରେ ଥିବା ଏକ ଷ୍ଲାଷ୍ଟିକ ଜାଲରେ ଛନ୍ଦି ହୋଇଥିବା ବେଳେ ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ଗୁଆଲି ସ୍କେସନର ବନ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ସିଦ୍ଧ ମଠ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.