ଭୁବନେଶ୍ୱର (କେନ୍ଯୁଜ୍): କଲ୍ୟାଣ ମଣ୍ଡପରେ ରାତି ଅଧରେ ଚଢାଉ। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟିରେ ଜୁଆ ଖେଳ ଚାଲିଥିବାବେଳେ ପୋଲିସର ଚଢାଉ। ୧୨ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ।
ସେମାନଙ୍କ ନିକଟରୁ ୨ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏହାସହ ୩ଟି ବାଇକ୍, ଗୋଟିଏ ଅଟୋ ଓ ୧୦ଟି ମୋବାଇଲ ଜବତ କରାଯାଇଛି। ଘଟଣାସ୍ଥଳରୁ ୧୨ଜଣଙ୍କୁ ବାଲିଅନ୍ତା ପୋଲିସ ଗିରଫ କରିଥିବାବେଳେ ଆଉ କିଛି ଫେରାର ହୋଇଯାଇଛନ୍ତି।