ଜଳିଗଲା ଗୁହାଳ , ୧୨ ଛେଳି ଜୀବନ୍ତ ଦଗ୍ଧ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍ଗରଡ଼ା ରେ ନିଆଁ ଲାଗି ଭଗବାନ ନାଇକ ନାମକ ବ୍ୟକ୍ତିଙ୍କ ଗୁହାଳ ଜଳି ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି l ଗୁହାଳମଧ୍ୟରେ ଥିବା ୧୨ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି l ଅଗ୍ନିକାଣ୍ଡ ର କାରଣ ଜଣାପଡ଼ିନାହିଁ l ହୁତ ହୁତ ହୋଇ ନିମିଷକ ମଧ୍ୟରେ ଗୁହାଳ ରେ ନିଆଁ ଲାଗିଯାଇଥିଲା l ଖବର ପାଇ ଦିଗପହଣ୍ଡି ରୁ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ l ଗୁହାଳରେ ଥିବା ଜିନିଷପତ୍ର ମଧ୍ୟ ପୋଡ଼ିଯାଇଛି l ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ଚାଷୀ l