କଶ୍ମୀର ଆତଙ୍କୀ ଆକ୍ରମଣ ଘଟଣା, ମାଲକାନଗିରି ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ଡାକରା

ମାଲକାନଗିରି : କଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏପ୍ରିଲ୍ ୨୨ରେ ହୋଇଥିବା ଆତଙ୍କବଦୀଙ୍କ ନୃଶଂସ ବର୍ବର ଗଣହତ୍ୟା ଘଟଣାକୁ ନେଇ ଜିଲ୍ଲାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ଜାମ୍ମୁ-କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା କରାଯାଉ l ନଚେତ୍ ଆଗାମୀ ଦିନରେ ଯଦି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିହୁଏ ତେବେ ପ୍ରଶାସନ ବ୍ୟକ୍ତିଗତ ଦାୟୀ ରହିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ କୁହାଯାଇଛି ।