ଦ୍ୱିତୀୟ ଏମସ୍‌ ପ୍ରତିଷ୍ଠା ଦାବିରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା

ସୁନ୍ଦରଗଡ(କେନ୍ଯୁଜ୍): ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଦ୍ୱିତୀୟ ଏମସ୍‌ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ସୁନ୍ଦରଗଡ ଏନଟିପିସି ମେଡିକାଲ କଲେଜ ଓ ଡାକ୍ତରଖାନାକୁ ରାଜ୍ୟର ଦ୍ୱିତୀୟ ଏମସ୍‌ କରିବା ପାଇଁ ରାଜ୍ୟ ସରକାର ଗତ ନଭେମ୍ବରରେ କେନ୍ଦ୍ରକୁ ଚିଠି ଲେଖିଥିଲେ । ଏପ୍ରିଲ ମାସରେ କେନ୍ଦ୍ରିୟ ଟିମ ସୁନ୍ଦରଗଡ ଆସି ଭିତ୍ତିଭୂମି ତଦାରଖ କରିଥିଲେ । ହେଲେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନଥିବାରୁ ଦାବି ଜୋର ଧରିଛି । ବନ୍ଦ ଡାକରାକୁ ଜିଲ୍ଲା ବଣିକ ସଂଘ, ଓକିଲ ସଂଘ, ସଚେନତ ନାଗରିକ ମଂଚ, ପଶ୍ଚିମ ଓଡିଶା ଯୁବା ମଂଚ ସମେତ ଅନେକ ଅନୁଷ୍ଠାନ ସମର୍ଥନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.