କୁର୍ଲା ଜଙ୍ଗଲରୁ ଆହତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା: ଆଜି ୧୨ ଘଣ୍ଟିଆ ବରଗଡ ବନ୍ଦ

ବରଗଡ଼: ବରଗଡ଼ କୁର୍ଲା ଜଙ୍ଗଲରୁ ଆହତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା । ପ୍ରତିବାଦରେ ଆଜି ବରଗଡ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସହରରେ ଥିବା ସମସ୍ତ ଦୋକାନ ବଜାର, ସ୍କୁଲ , କଲେଜ ଆଦି ବନ୍ଦ ରହିବ । ବନ୍ଦ ଡାକରା ଦେଇଛି ବରଗଡ଼ ନାଗରିକ ମଞ୍ଚ । ଏହା ମଧ୍ଯ କୁହାଯାଇଛି ଯେ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ।
ସୂଚନା ଅନୁସାରେ ଗତ ୧୨ ତାରିଖ ଦିନ ଧନୁଯାତ୍ରା ଦେଖିବା ପାଇଁ ଆସି ଘରକୁ ଫେରି ନ ଥିଲେ ଯୁବତୀ । ଗତ ୧୪ ତାରିଖ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଛି । ଯୁବତୀଙ୍କୁ ଦୁଷ୍କର୍ମ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି ବୁର୍ଲା ଭିମସାର ମେଡିକାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ । ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିବାବେଳେ ଖୁବଶୀଘ୍ର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ଡା. ନାୟକ ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣା ପୁଣି ଆଗକୁ ବିବାଦୀୟ ହେବା ଆଶଙ୍କା ରହିଛି ।