ପରୀର ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ଦେବା ଦାବିରେ ବରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୧୨ଘଣ୍ଟିଆ ପ୍ରତୀକ ଅନଶନ

ଯାଜପୁର (କେନ୍ୟୁଜ): ନୟାଗଡ଼ର କୁନି ଝିଅ ପରୀର ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ଦେବା ଦାବିରେ ଯାଜପୁର ଜିଲ୍ଲା ବରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୧୨ଘଣ୍ଟିଆ ଅନଶନ। ମା’ ରମାଦେବୀଙ୍କ ୧୨୨ତମ ଜୟନ୍ତୀ ଅବସରରେ ସଂଗ୍ରାମୀ ମାଟି ବରୀରେ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଏହାର ଦୃଢ଼ ପ୍ରତିବାଦ କରାଯାଇଛି। ସାମାଜିକ କର୍ମୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ଓ ସାମାଜିକ ସଂଗଠନ ତରଫରୁ ଆଜି ଶାନ୍ତିପୂର୍ଣ୍ଣ ଭାବେ ବରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ।ଏଥିସହ ବରୀ ତହସିଲଦାରଙ୍କ ଜରିଆରେ ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାର ପାଞ୍ଚବର୍ଷର ନିଷ୍ପାପ କଅଁଳ ଶିଶୁ ପରୀକୁ ଅତି ନିର୍ମମ ଭାବରେ ହତ୍ୟା କରିବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପରୀ ପରିବାରକୁ ନ୍ୟାୟ ମିଳିପାରି ନାହିଁ।

ତେଣୁ ମାଆ ରମାଦେବୀଙ୍କ କର୍ମଭୂମି ତଥା ସଂଗ୍ରାମୀ ମାଟି ବରୀରୁ ଆଜି ବହୁ ଯୁବକ, ଛାତ୍ର, କୃଷକ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନର କର୍ମୀ ଉପସ୍ଥିତ ରହି ଯଥାଶୀଘ୍ର ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିବା ସହ ପରୀର ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି।

You might also like