ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ପ୍ରତିବାଦ, ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ଦିନିକିଆ ବନ୍ଦ ପାଳନ । ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ । ବାଙ୍ଗଳାଦେଶୀ ଅନୁପ୍ରବେଶ କାରୀଙ୍କୁ ପ୍ରତିବାଦ କରି ବନ୍ଦ ଡାକରା ଦିଆଯାଇଛି । ବାଂଲାଦେଶ ଅଶାନ୍ତ ହେବା ପରେ ରୋହିଜ୍ଞା ମୁସଲିମଙ୍କ ଅନୁପ୍ରବେଶ ବଢିଥିବା ଅଭିଯୋଗ ହୋଇଛି । ଏଥିସହ ରାଜ୍ୟରେ ଦୀର୍ଘ ବର୍ଷ ଧରି ଅନୁପ୍ରବେଶ କରି ରହୁଥିବା ବାଂଲାଦେଶୀଙ୍କୁ ଶୀଘ୍ର ଘଉଡ଼ାଇବାକୁ ଦାବି କରିଛି ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି । ଜରୁରୀକାଳୀନ ସେବା ଓ ଆମ୍ବୁଲାନ୍ସ ସେବାକୁ ବନ୍ଦରୁ ବାଦ ଦିଆଯାଇଛି ।