ଭଦ୍ରକ : କୁମ୍ଭ ବୁଡ଼ା ପାଇଁ ଆସିଥିବା ଡିଜେକୁ ନେଇ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷରୁ 12 ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି ।. ସେମାନଙ୍କ ମଧ୍ୟରୁ 3 ଗୁରୁତର ହୋଇଥିବା ଜଣାଯାଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡ଼କ ପଞ୍ଚାୟତ ଖରଦା ପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁ ରେ ତୀବ୍ର ଉତ୍ତେଜନା ଦେଖାଯାଇଛି ।. ଗାଁରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ପହଁଚିଛି ।
ଗତକାଲି କୁମ୍ଭ ବୁଡ଼ା ପାଇଁ ଏହି ଗାଁର ପରିଡା ସାହିର ଲୋକମାନେ ଗୋଟିଏ ଡିଜେ ଆଣିଥିଲେ । ହେଲେ ପଲାଇ ସାହିର ଲୋକମାନେ ତାହାକୁ ତାଙ୍କ ସାହି ଦେଈ ଛାଡି ନ ଥିଲେ । ଏହାକୁ ନେଇ ଗତକାଲି ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ଆଜି ସେହି ଡିଜେ ବଜାଇ ପରିଡା ସାହିର ଯୁବକମାନେ ହୋଲି ଖେଳୁଥିଲା ବେଳେ ପଲେଇ ସାହିର ଲୋକମାନେ ବିରୋଧ କରିଥିଲେ ।
ଏହାକୁ ନେଇ ହଠାତ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା । ଫଳରେ ଉଭୟ ପକ୍ଷରେ 12 ଜଣ ଆହତ ହୋଇଛନ୍ତି । 3 ଜଣ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଛି । ଖବର ପାଇ ତିହିଡି ଥାନା ଅଧିକାରୀ ଭଦ୍ରକ ଏସପିଙ୍କ ନିର୍ଦେଶରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ନେଇ ଗାଁ ରେ ପହଂଚି ଶାନ୍ତି ବଜାୟ ରଖିବା ପାଇଁ ନିଦେଦନ କରିଛନ୍ତି ।