ଟାଟା ଏସି ଭ୍ୟାନ୍ ଓଲଟି ୧୨ ଶ୍ରମିକ ଆହତ, ମେଡିକାଲରେ ଚାଲିଛି ଚିକିତ୍ସା

ବ୍ରହ୍ମପୁର(କେ ନ୍ୟୁଜ): ଜରଡ଼ା ଥାନା ତାଳପଡା ନିକଟରେ ଟାଟା ଏ ସି ଭ୍ଯାନ ଦୁର୍ଘଟଣା ହେବା ଫଳରେ ୧୨ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ପାତ୍ରପୁରସ୍ଥିତ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ଖରିଆଗୁଡାର ପ୍ରାୟ କୋଡିଏ ଜଣ ଶ୍ରମିକଙ୍କୁ ନେଇ ପ୍ରହ୍ଲାଦପୁର ଗାଁକୁ ଯାଇ ଫେରୁଥିବାବେଳେ ଚକା ଫାଟି ଯିବାରୁ ଗାଡିଟି ଓଲଟି ପଡିଥିଲା । ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ଖରିଆଗୁଡା ଫାଣ୍ଡି ପୋଲିସ ପହଂଚି ତଦନ୍ତ କରିଛନ୍ତି ।

 

Leave A Reply

Your email address will not be published.