ଗୁଳି ଫୁଟାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ୧୨ ଲକ୍ଷ ଟଙ୍କା

ସୋରୋ : ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟି ନେଲେ ୧୨ ଲକ୍ଷ ଟଙ୍କା। ଗୁଳି ଫୁଟାଇ ନେଇ ଗଲେ ୧୨ ଲକ୍ଷ ଟଙ୍କା l ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ଅଞ୍ଚଳରୁ ଅଭିଯୋଗ ଆସିଛି । ଗୁଳି ବାଜି ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପର ଦୁଇ କର୍ମଚାରୀ ଏକ ବାଇକରେ ୧୨ ଲକ୍ଷ ଟଙ୍କା ନେଇ ବର୍ତନା ସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଜମା କରିବା ଯାଉଥିବା ବେଳେ ଏହି ଲୁଟ୍ ହୋଇଛି ।
ବ୍ୟାଙ୍କ ଫାଟକ ନିକଟରେ ଦୁଇଟି ଗାଡିରେ ୪ ଜଣ ଦୃବୁର୍ତ୍ତ ଟଙ୍କା ବ୍ୟାଗକୁ ଛଡାଇଥିଲେ । କିଛି ସମୟ ଧରି ଲୁଟେରା ଓ କର୍ମଚାରୀଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଶେଷରେ ଲୁଟେରାମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ l ପ୍ରଥମଟି ବିଷ୍ଣୁଙ୍କ କାନ୍ଧ ଦେଇ ପଳେଇ ଯାଇଥିବା ବେଳେ ଦ୍ୱିତୀୟଟି ବିଷଙ୍କ୍ଣୁ ଗୋଡ଼ରେ ବାଜିଥିଲା l ଲୁଟେରାମାନେ ଟଙ୍କା ବ୍ୟାଗ ନେଇ ଆଗରପଡା ଆଡ଼କୁ ଫେରାର ହୋଇଯାଇଥିଲେ l ଅଂଚଳ ଲୋକମାନେ ଭୟଭୀତ ଥିବା ବେଳେ ଖଇରା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି l