ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା ଡେଙ୍ଗମା ଗାଁ ନିକଟରେ ଚଢ଼ଉ କରି ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ । ଚୋରାଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ ସହ କୋର୍ଟଚାଲାଣ କରାଯାଇଛି । ସେମାନେ ହେଲେ ରା.ଉଦୟଗିରି ଥାନା ବାଲିସାହି ଗାଁର ପ୍ରଦିପ ମାଝୀ (୩୬), ଅଶୋକ ରଣା (୩୬) ଓ ମୋହନା ଥାନା ଜୁରାପେଟା ଗାଁର ଅଶୋକ ମାଝୀ ।

ଥାନାଧ୍ୟକାରୀ ସୁଜିତ ନାୟକଙ୍କ ସୂଚନା ଅନୁସାରେ ରବିବାର ପୂର୍ବାହ୍ନରେ ଡେଙ୍ଗମା ଓ କଳାମେରି ରାସ୍ତାରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଏକ ଭ୍ୟାନ୍ ରା.ଉଦୟଗିରି ଅଞ୍ଚଳରୁ ବ୍ରହ୍ମପୁର ଯାଉଥିଲା। ତାହାକୁ ସନ୍ଦେହରେ ଅଟକାଇ ଯାଞ୍ଚ ବେଳେ ସେଥିରେ ୧୨ କୁଇଣ୍ଟାଲ ୩୮ କେଜି ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣାପଡ଼ିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.