ସଡକ ଦୁର୍ଘଟଣାରେ ୧୨ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି
ସମ୍ବଲପୁର: ସଡକ ଦୁର୍ଘଟଣାରେ ୧୨ ଗୁରୁତର ଆହତ । ହସ୍ପିଟାଲରେ ଭର୍ତ୍ତି । ସମ୍ୱଲପୁର ଜିଲ୍ଲା ଧାମା ଥାନା ବତେମୁରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା ସ୍କୋର୍ପିଓ । ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ ଜଣ ଛୋଟ ଛୁଆ ଅଛନ୍ତି ।
ଆଜି ସୁବର୍ଣ୍ଣପୁରରୁ ୪ ଜଣ ସାଙ୍ଗ ତାଙ୍କ ପରିୱାର ସହ ଏକ ସ୍କର୍ପିଓରେ ମାଆ ସମଲେଶ୍ୱରୀଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ଗାଡି ଚାଳକଙ୍କ ଆଖି ଲାଗି ଯାଇଥିଲା l ଫଳରେ ଗାଡ଼ିଟି ତେମୁରା ନିକଟରେ ଗାଡିଟି ମାଟି ଉପରକୁ ଚଢିଯାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା l
ଗାଡ଼ିରେ ୪ ଜଣ ପୁରୁଷ ୪ ଜଣ ମହିଳା ଓ ୩ ଜଣ ଛୋଟ ଛୁଆ ଥିଲେ l ଆହତଙ୍କୁ ତୁରନ୍ତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଭୀମସାର ସ୍ଥାନାନ୍ତର କରାଯାଇଛି ।