କରଞ୍ଜିଆ ସହରର ୧୨ ଟି ବ୍ୟବସାୟୀକ ପ୍ରତିଷ୍ଠାନକୁ ସିଲ୍ କଲା ପ୍ରଶାସନ

କରଞ୍ଜିଆ: ସାରା ରାଜ୍ୟରେ କରୋନା ମହାମାରୀ ପାଇଁ ଏବେ ଯେପରି ଭାବରେ ହା ହା କାର ସୃଷ୍ଟି ହେଲାଣି । ଆଉ ଏହାର ପ୍ରତିଷେଧକ ହିସାବରେ ରାଜ୍ୟ ସରକାର ୧୪ ଦିନିଆ ଲୋକଡାଉନ କଡାକଡି ଭାବେ ପାଳନ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ କିଛି ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ କୋଭିଡି ନିୟମକୁ ମାନୁନଥିବାରୁ କରଞ୍ଜିଆ ପ୍ରଶାସନ ତରଫରୁ କରଞ୍ଜିଆ ସହରର ୧୨ ଟି ବ୍ୟବସାୟୀକ ପ୍ରତିଷ୍ଠାନକୁ ସିଲ୍ କରିଥିବା ଜଣାପଡିଛି ।

ତେବେ ଅମାନିଆ ବ୍ୟବସାୟୀକ ପ୍ରତିଷ୍ଠାନ ଏବଂ ବ୍ୟବସାୟୀ ସଙ୍ଘ ତରଫରୁ ଏକ ଲିଖିତ ପ୍ରତିଶୃତି ଉପଜିଲ୍ଲାପାଳଙ୍କୁ ଦେଇଥିବା ସୂଚନା ମିଳିଛି ।ଏପଟେ କରଞ୍ଜିଆ ଉପଖଣ୍ଡରେ ସଂକ୍ରମଣ ବଢ଼ିବାରେ ଲାଗିଛି, କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ହୁ ହୁ ଭାବରେ ବଢ଼ିବାରେ ଲାଗିଛି ଯେମିତି, ମୃତ୍ୟୁ ସଂଖ୍ୟା ମଧ୍ୟ୍ୟ ବଢ଼ିବାରେ ଲାଗିଛି,ତେବେ ପ୍ରଶାସନ ତରଫରୁ କଡାକଡି ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.