ଭଲ ଗୀତ ଗାଇବା ସହ କଳାକାରଙ୍କ ମିମିକ୍ରି କରୁଛନ୍ତି ୧୨ ବର୍ଷର ଦୃଷ୍ଟିବାଧିତ ବାଳକ

ଭଦ୍ରକ(କେ ନ୍ୟୁଜ): ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ପିଲାଟି ମଧ୍ୟରେ ଭଗବାନ ଯେ ଏତେ ପ୍ରତିଭା ଭରି ଦେଇଛନ୍ତି ତାହା କେହି ନ ଦେଖିଲେ ବିଶ୍ୱାସ କରିବେ ନାହିଁ । ଏମିତି ଜଣେ ବିସ୍ମୟ ଦୃଷ୍ଟିହୀନ ବାଳକ ହେଉଛନ୍ତି ସୌମ୍ଯରଞ୍ଜନ ବାରିକ ଓରଫ ହରି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କୁଲଣା ଗ୍ରାମରେ ତାଙ୍କର ଜନ୍ମ । ସେ ଜନ୍ମରୁ ଅନ୍ଧ । ବୟସ ବର୍ତମାନ ତାଙ୍କର ୧୨ ବର୍ଷ ହେବ । ଦୃଷ୍ଟିଶକ୍ତି ନଥିଲେ ବି ବିଭିନ୍ନ ଚମତ୍କାରୀ ଗୁଣର ଅଧିକାରୀ ସେ । ଜନ୍ମାନ୍ଧ ସୌମ୍ଯରଂଜନ ଏବେ ନିଜର କଳା ପ୍ରତିଭାର ପରିଚୟ ଦେଇ ଭଦ୍ରକ ଜିଲ୍ଲା ତଥା ସାରା ରାଜ୍ଯରେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପୋଖତ ବାଦ୍ୟକାର ଭଳି ବଜାଉଛନ୍ତି କ୍ଯାସିଓ ଓ ହାରମୋନିୟମ ଭଳି ବାଦ୍ୟଯନ୍ତ୍ର । ଜଣେ ଶିଶୁ କଣ୍ଠଶିଳ୍ପୀ ଭାବେ ବିଭିନ୍ନ ସ୍ଥାନରେ ଭଜନ, ଜଣାଣ, ନଦିଆ କୀର୍ତ୍ତନ ଆଦି ସୁଲଳିତ କଣ୍ଠରେ ଗାଇ ସମସ୍ତଙ୍କ ମନ ମୋହୁଛନ୍ତି ସୌମ୍ୟ । ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଧିନସ୍ଥ କୁଲଣା ଗ୍ରାମର ଅନିରୁଦ୍ଧ ବାରିକ ଓ ମାତା ପାର୍ବତୀ ବାରିକଙ୍କ ସାନ ପୁଅ ହେଉଛନ୍ତି ସୌମ୍ଯରଂଜନ ଓରଫ ହରି । ବୟସ ବଢିଲା ପରେ ତାଙ୍କ ବାପା ବେତଡା ସ୍ଥିତ ଅଭିନ୍ନ ସୁନ୍ଦର ସ୍ଵତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟରେ ତାଙ୍କୁ ପାଠ ପଢିବା ପାଇଁ ଛାଡିଛନ୍ତି ।

ସେ ସେଠାରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି ।  ବଡ ହେବା ସହ ସୌମ୍ଯ ରଞ୍ଜନଙ୍କ ଭିତରେ ଥିବା ପ୍ରତିଭା ଲୋକଲୋଚନକୁ ଆସିଲା । ସେ ମୋବାଇଲ ଓ ଟିଭିରୁ ଗୀତ ଓ କମେଡି ଶୁଣି ନିଜେ ଏ ସବୁ ଗାଇବା ଓ କହିବା ଆରମ୍ଭ କଲେ । ଆସ୍ତେ ଆସ୍ତେ ଆଖ ପାଖ ଅଂଚଳରେ ତାଙ୍କ ପ୍ରତିଭା ବ୍ୟାପିବାକୁ ଲାଗିଲା । ଆଉ ଏବେ ବିଭିନ୍ନ ଷ୍ଟେଜ ପ୍ରୋଗ୍ରାମରେ ତାଙ୍କୁ ଅତିଥି ଭାବରେ ଡ଼କା ହେଉଛି । ସୌମ୍ଯରଂଜନ ମଧ୍ୟ ତାଙ୍କ ସୁଲଳିତ କଣ୍ଠରେ ବେଶ ଭଲ ଆଧ୍ୟାତ୍ମିକ ସଂଗୀତ କେସିଓ ଏବଂ ହାରମୋନିଅମ ବଜାଇ ବୋଲି ସମସ୍ତଙ୍କୁ ମୋହିତ କରି ପାରୁଛନ୍ତି । ଖାଲି ସେତିକି ନୁହଁ ନଟିଆ କମେଡି, ପ୍ରଖ୍ଯାତ ସିନେ ତାରକା ସ୍ଵର୍ଗତ ହର ପଟ୍ଟନାୟକ, ମିହିର ଦାସ, ବିଜୟ ମହାନ୍ତି, ରାଇ ମୋହନଙ୍କ ଭଳି କଳାକାରଙ୍କ ଅଭିନୟକୁ ଅବିକଳ ନକଲ ବା ମିମିକ୍ରି କରିବାରେ ମଧ୍ୟ ମାହିର ସୌମ୍ଯରଂଜନ । ସେହିପରି ନଦିଆ କୀର୍ତନ, ଭଜନ ଆଦିକୁ ଏତେ ସୁନ୍ଦର କଣ୍ଠରେ ଗାଇ ପାରୁଛନ୍ତି ଯେ ଯିଏ ବି ଶୁଣିବ ଟିକେ ଅଟକି ଯିବ । ମୋବଇଲ କି ପ୍ଯାଡ ନମ୍ବର ଟାଇପ କରି କଲ କରିବା ହେଉ କିମ୍ବା ପୂର୍ବ ପରିଚିତ କଣ୍ଠସ୍‌ରକୁ ଚିହ୍ନିବା ହେଉ ସବୁ ଚମତ୍କାର ଗୁଣର ଅଧିକାରୀ ସୋମ୍ଯରଞ୍ଜନ ।

blind boy

କିନ୍ତୁ ସେ ଯେଉଁ ବିଦ୍ୟାଳୟରେ ପାଠ ପଢୁଛନ୍ତି ସେଠାରେ ତାଙ୍କର ଏପରି ପ୍ରତିଭାର ବିକାଶ ପାଇଁ କିଛି ସୁବିଧା ନାହିଁ । ଅନ୍ଯପକ୍ଷରେ ଏତେ ସବୁ ଚମତ୍କାରିତା ଗୁଣ ପ୍ରଦର୍ଶନ କରିପାରୁଥିଲେ ବି ଆଜି ଯାଏଁ ଉପଯୁକ୍ତ ସୁଯୋଗ ଅଭାବରୁ ଯେଉଁ ସ୍ଥାନରେ ପହଞ୍ଚିବା କଥା ତାହା ସମ୍ଭବ ହୋଇପାରିନାହିଁ । ଗରିବ ପରିବାରରେ ଜନ୍ମ ନେଇଥିବା ସୌମ୍ଯରଞ୍ଜନଙ୍କ ପାଇଁ । ତେଣୁ ସେ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେମିତିକି ତାଙ୍କୁ ଉପଯୁକ୍ତ ସୁଯୋଗ ମିଳିପାରିବ । ସେହିପରି ତାଙ୍କ ବାପା ମା ଓ ଭଉଣୀ ସବୁ ସୌମ୍ଯ ରଞ୍ଜନ ଏପରି ଗୁଣ ପାଇଁ ବେଶ ଖୁସି ବ୍ୟକ୍ତ କରିବା ସହିତ ସରକାର ତାଙ୍କୁ ସହାୟତା କରି ଏ ଦିଗରେ ଆଗକୁ ନେବାକୁ ଅନୁରୋଧ କରିଛନ୍ତି । ସେହିପରି ଭାବେ ସୋମ୍ଯରଞ୍ଜନଙ୍କ ଆଗ୍ରହ ଓ ତାଙ୍କର ଏପରି ଗୁଣ ଦେଖି ତାଙ୍କ ଗ୍ରାମର ସଙ୍ଗୀତ ଶିକ୍ଷକ ସୁବାସ ନାୟକ ତାଙ୍କୁ ବାଦ୍ୟଯନ୍ତ୍ର ଶିକ୍ଷା ଦେଉଛନ୍ତି । ପ୍ରଖର ସ୍ମରଣ ଶକ୍ତି ଯୋଗୁଁ ବାଦ୍ୟଯନ୍ତ୍ର ଚାଳନା ଶିଖିବା ସୌମ୍ଯରଞ୍ଜନଙ୍କ ପାଇଁ ସହଜ ହୋଇଥାଏ । ତେବେ ବିଦ୍ୟାଳୟରେ ପାଠପଢିବା ଓ କଳାକାର ଗୁଣକୁ ଉପଯୁକ୍ତ ଭାବେ ବିକଶିତ କରିବା ଇଚ୍ଛା ଥିଲେ ବି ସୁଯୋଗ ଅଭାବରୁ ତାହା ସାକାର ହୋଇପାରୁନି ସୌମ୍ଯଙ୍କ ପାଇଁ ।

ସଂଗୀତ ତଥା କଳା କ୍ଷତ୍ରରେ ସୋମ୍ଯଙ୍କ ଆଗ୍ରହ ଓ ତାଙ୍କର ଏପରି ଗୁଣ ଦେଖି ତାଙ୍କ ଗ୍ରାମର ସଙ୍ଗୀତ ଶିକ୍ଷକ ସୁବାସ ନାୟକ ତାଙ୍କୁ ବାଦ୍ୟଯନ୍ତ୍ର ଶିକ୍ଷା ଦେଉଛନ୍ତି । ଖାଲି ସଂଗୀତ ନୁହେଁ ପାଠ ପଢାପଢିରେ ବି ତାଙ୍କର ବିଶେଷ ରୁଚି ରହିଛି । ବିଦ୍ୟାଳୟରେ ପାଠପଢିବା ଓ କଳାକାର ଗୁଣକୁ ଉପଯୁକ୍ତ ଭାବେ ବିକଶିତ କରିବା ଇଚ୍ଛା ଥିଲେ ବି ସୁଯୋଗ ଅଭାବରୁ ତାଙ୍କ ସ୍ବପ୍ନ ସାକାର ହୋଇପାରୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.