ରାଜ୍ୟ ସ୍ୱାସ୍ଥ୍ୟସେବାରେ ଯୋଗ ଦେଲେ ୧୨୦୫ ଡାକ୍ତର

ରାଜ୍ୟ ସ୍ୱାସ୍ଥ୍ୟସେବାରେ ଯୋଗ ଦେଲେ ୧୨୦୫ ଡାକ୍ତର। ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରଭା କାର୍ଯ୍ୟକ୍ରମରେ ନବନିଯୁକ୍ତ ୧୨୦୫ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ସ୍ୱାସ୍ଥ୍ୟସେବାରେ ଯୋଗ ଦେଲେ ୧୨୦୫ ଡାକ୍ତର। ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରଭା କାର୍ଯ୍ୟକ୍ରମରେ ନବନିଯୁକ୍ତ ୧୨୦୫ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏହା ଏକ ଅଭିନବ ଉଦ୍ୟମ ନବ ନିଯୁକ୍ତ ଜୁନିୟର ଡାକ୍ତରଙ୍କୁ ଶୁଭେଛା ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ନିଜକୁ ସାମିଲ କରିଥିବାରୁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନୂଆ ଡାକ୍ତରଙ୍କ ନିଯୁକ୍ତି ଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ମଜଭୁତ ହେବ। ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆପଣମାନଙ୍କ ଦାୟିତ୍ୱ ବୋଲି କହିଛନ୍ତି ନବୀନ। ପ୍ରତିବର୍ଷ ରାଜ୍ୟରେ ୨୨ଶହ ଏମବିବିଏସ ଡାକ୍ତର ଓ ୮୨୬ ବିଶେଷଜ୍ଞ ନିଯୁକ୍ତ ହେଉଛନ୍ତି। ଗତ ୪ବର୍ଷରେ ରାଜ୍ୟରେ ୪ହଜାର ୫ଶହ ନୂଆ ଡାକ୍ତର ନିଯୁକ୍ତି ପାଇଛନ୍ତି। ଡିସେମ୍ବର ଶେଷସୁଦ୍ଧା ୫ହଜାର ଡାକ୍ତର ନିଯୁକ୍ତ ହେବେ। ଆସନ୍ତା ବର୍ଷରୁ ଓଡ଼ିଶା ବଳକା ଡାକ୍ତର ରାଜ୍ୟ ଭାବେ ପରିଗଣିତ ହେବ ବୋଲି ସେ କହିଛନ୍ତି।

5T ଉପକ୍ରମରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ସୁଧାର ଆସିପାରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟା ଯୋଜନା ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଉଛି। ଏହା ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସକ୍ଷମ ହୋଇଛି। ଏଥିପାଇଁ ୨୨୫ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ ହେଉଛି। ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାର ଯେଉଁ ଡାକ୍ତରମାନେ ସହଯୋଗ କରିଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ନବୀନ। ସେମାନଙ୍କ ସଯୋଗ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଲା କହିଛନ୍ତି।

Leave A Reply

Your email address will not be published.