ଖୋର୍ଦ୍ଧା: ପିକଅପ୍ ଭ୍ୟାନରୁ ୩୭୫୦ ବୋତଲ ଚୋରା ଆସ୍କା-୪୦ ଜବତ କଲା ଟାଙ୍ଗୀ ପୋଲିସ, ବେପାରୀ ମରିଲେ ଚମ୍ପଟ

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସକୁ ବଡ଼ ସଫଳତା । ଅତର୍କିତ ଚଢ଼ାଉ କରି ୧୨୫ ପେଟି ଚୋରା ଆସ୍କା-୪୦ ମଦ ସହ ଏକ ମାଲବାହୀ  ପିକଅପ ଭ୍ୟାନକୁ  ଜବତ କରିଛି । ଜବତ ଚୋରା ମଦର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଉଛି । ଚିଲିକାରୁ ବେଆଇନ ଘେରି ଉଛେଦ ପାଇଁ  ଟାଙ୍ଗୀ ପୋଲିସ ସଜାଗ ଥିଲାବେଳେ ଅଚାନକ ଏକ ବିଶେଷ ସୃତ୍ରରୁ ଖବର ପାଇ ବାଲୁଗାଁ ଏସ.ଡି.ପି.ଓ ମାନସ ରଞ୍ଜନ ବରିକ ଓ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ହାଟବରଡି ନିକଟରେ ଚଢ଼ାଉ କରିଥିଲେ।

ସେଠାରୁ ଏକ ମାଲବାହୀ  ପିକଅପ ଭ୍ୟାନରୁ ୩୭୫୦ ବଟଲ ଚୋରା ଆସ୍କା-୪୦ ମଦକୁ ଜବତ କରିଛି । କିନ୍ତୁ ଗାଡ଼ି ଛାଡ଼ି ବେପାରୀ ସେଠାରୁ ଫେରାର ହୋଇଯାଇଛନ୍ତି। ଜବତ ଚୋରା ମଦର  ଆନୁମାନିକ ମୂଲ୍ୟ ଲକ୍ଷାଧିକ୪ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ଏ ଘଟଣାରେ ଟାଙ୍ଗୀ ପୋଲିସ ଓଡିଶା ଅବକାରୀ ଆଇନ ଅନୁଯାୟୀ Case no-323/21u/s 51 (a)(i) ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ।  ଟାଙ୍ଗୀ ପୋଲିସ ଏଭଳି ଚୋରା ମଦ ଓ ବେପାରୀଙ୍କୁ ଧରିବାର ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ପୋଲିସକୁ ବେଶ ପ୍ରଶଂସା କରିଛନ୍ତି । ତେବେ ବେପାରୀମାନଙ୍କୁ ଚିହ୍ନଟ କରାଯାଇଛି ଓ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି SDPO ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.