ବାଲେଶ୍ୱର: ନୀଳଗିରି ଏନ୍‌.ଏ.ସି ସାଳବନ୍ଧ ଗାଁରୁ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌.ଏ.ସି ସାଳବନ୍ଧ ଗାଁରୁ ପୁଣି ଏକ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । କୂଳଡିହା ଅଭୟାରଣ୍ୟ ଜଙ୍ଗଲରୁ ସାପଟି ପଳାଇ ଆସିଥିବା ବେଳେ ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ୱାଇଲ୍ଡ ଲାଇଫ୍‌ ସଦସ୍ୟ ପ୍ରକାଶ ମର୍ଦରାଜ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି କୂଳଡିହା ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।