ଆଦିବାସୀ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା(କେନ୍ଯୁଜ୍): ଆଦିବାସୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା। ଆଦିବାସୀଙ୍କ ଜାହିରା ଭାଙ୍ଗିବା ବିରୋଧରେ ବନ୍ଦ ଡାକରା ଦେଇଛି ଆଦିବାସୀ ସଂଗଠନ । ଉଦଳା ବ୍ଲକ ଅଧିନ ଶିରିପୁରରେ ପଡିଆର ଉନ୍ନତିକରଣ କରିବାକୁ ଯାଇ କିଛି ଠିକାଦାର ଆଦିବାସୀଙ୍କ ଜାହିରାକୁ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା।

ଏହା ବିରୋଧରେ ଆଦିବାସୀ ଗ୍ରାମବାସୀ ଜାହିରା ସ୍ଥାପନ ଓ ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ନିକଟକୁ ଯାଇଥିଲେ। ମାତ୍ର କିଛି ସୁଫଳ ନମିଳିବାରୁ ଆଜି ଆଦିବାସୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଉଦଳାରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି।

Leave A Reply

Your email address will not be published.