ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ୧୨ ଘଣ୍ଟିଆ ଅତାବିରା ବନ୍ଦ
ଅତାବିରା: ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ୧୨ ଘଣ୍ଟିଆ ଅତାବିରା ବନ୍ଦ । ଅତାବିରାରେ ସବୁ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଅଫିସ ମଧ୍ୟ ବନ୍ଦ ରହିିଛି । ବାରମ୍ବାର ବିଦ୍ୟୁତ ବିଭ୍ରାଟ ନେଇ ଉପଭୋକ୍ତାମାନେ ନେସ୍କୋ ଅଫିସକୁ ଜଣାଇଥଇଲେ । ହେଲେ କିଛି ସୁଫଳ ନ ମିଳିବାରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଯୁବ କଂଗ୍ରେସର ଏହି ବନ୍ଦ ଡାକରାକୁ ବଣିକ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ବନ୍ଦକୁ ସମର୍ଥନ ଜଣାଇଛନ୍ତି ।