ଓଡ଼ିଶାରେ ଶାଗୁଣା ବଂଶ ବୃଦ୍ଧି ପାଇଁ ପଦକ୍ଷେପ, ଗ୍ଵାଲିୟର ଚିଡ଼ିଆଖାନାରୁ ନନ୍ଦନକାନନ ଆସିଲେ ୧୨ଟି ଶାଗୁଣା

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ଶାଗୁଣା ବଂଶ ବୃଦ୍ଧି ପାଇଁ ପଦକ୍ଷେପ। ଗ୍ଵାଲିୟର ଚିଡ଼ିଆଖାନାରାରୁ ନନ୍ଦନକାନନ ଆସିଲେ ୧୨ଟି ଶାଗୁଣା। ନନ୍ଦନକାନନର ଏକ ସାତ ଜଣିଆ ଦଳ ଗ୍ଵାଲିୟର ଯାଇ ୧୨ଟି ଶାଗୁଣାକୁ ଆଣିଛନ୍ତି। ୧୯୯୯ ମହାବାତ୍ୟାରେ ଓଡ଼ିଶାରେ ଲୋପ ପାଇଛି ଏହି ପ୍ରଜାତିର ପ୍ରାଣୀ। ଏଥିପାଇଁ ୨୦୦୬ରେ ନନ୍ଦକାନନରେ ଶାଗୁଣା ବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଥିଲା।

saguna1୨୦୦୯ରେ ଶାଗୁଣା ପ୍ରଜନନ କେନ୍ଦ୍ର ଆରମ୍ଭ କରାଯାଇଥିଲା। ୨୦୧୨ରେ ଏହା ଶେଷ ହୋଇଥିଲା। ତେବେ ଏହି ଶାଗୁଣାଙ୍କ ମଧ୍ୟରେ କେତୋଟି ମାଇ ଓ ଅଣ୍ଡିରା ଅଛନ୍ତି ତାହା ଜଣାପଡିନାହିଁ। ପରୀକ୍ଷା ପାଇଁ ସେମାନଙ୍କ ପର ପଠାଯିବ। ଏହି ଶାଗୁଣାମାନେ ସୁସ୍ତ ଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ।

Leave A Reply

Your email address will not be published.