ଭୁବନେଶ୍ବର(କେନ୍ୟୁଜ୍): ପୁଣି ରାଜ୍ୟ କଂଗ୍ରେସରେ ଜୋର ଧରିଲା ନିରଞ୍ଜନ ହଟାଓ ଅଭିଯାନ । ହାଇକମାଣ୍ଡଙ୍କୁ ଫେରାଦ ହେବା ପାଇଁ ଦିଲ୍ଲୀ ଗଲେ ବିରୋଧୀ ଗୋଷ୍ଠୀର ନେତା । ପ୍ରଥମ ପର୍ଯ୍ୟାୟରେ ୧୩ଜଣ ନେତା ଦିଲ୍ଲୀ ଯାଇଛନ୍ତି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ପାଇଁ ସେମାନେ ଏଆଇସିସି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲଙ୍କ ନିକଟରେ ଦାବି କରିବେ ।
ନିରଞ୍ଜନଙ୍କ ବଦଳରେ ବିଧାୟକ ମୋକିମଙ୍କୁ ପିସିସି ସଭାପତି କରିବାକୁ ରାଜ୍ୟ କଂଗ୍ରେସର ଏକ ଗୋଷ୍ଠୀ ଅଭିଯାନ ଚଳାଇଛନ୍ତି । ପ୍ରଦେଶ କଂଗ୍ରେସ କମିଟି ପାଇଁ ଯୁବ ନେତୃତ୍ୱରେ ଆବଶ୍ୟକ ଥିବା କହିଛନ୍ତି । ଏହାପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ନିରଞ୍ଜନଙ୍କ ବିରୋଧୀମାନେ ମେଳି କରିଥିଲେ ।