ମା’ ମୃତ୍ୟୁର ୧୩ ଦିନ ପରେ କୀଟନାଶକ ଔଷଧ ଖାଇ ଜୀବନ ହାରିଲା ପୁଅ, କାରଣ ଖୋଜୁଛି ପୋଲିସ

ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ମାର ମୃତ୍ୟୁର ୧୩ ଦିନ ପରେ ପୁଅ କୀଟନାଶକ ଔଷଧ ଖାଇ କଲା ଆତ୍ମହତ୍ୟା।

ଛତ୍ରପୁର (କେନ୍ୟୁଜ): ମା ମୃତ୍ୟୁର ୧୩ ଦିନ ପରେ ପୁଅର ଆତ୍ମହତ୍ୟା । ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ବଡ଼ ସାହିରେ ଘଟିଛି ଏଭଳି ଘଟଣା। ମୃତ ଯୁବକ ଜଣକ ହେଲେ ବିପୁଳିଙ୍ଗି ଗ୍ରାମର ଦେବାଶିଷ ପଣ୍ଡା। ସେ କୌଣସି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ଛତ୍ରପୁର ମେଡିକାଲରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ ଫେବୁଆରୀ ୧୬ରେ ଦୁର୍ବୃତ୍ତ ଘରେ ପସି ଦେବାଶିଷ ପଣ୍ଡାଙ୍କ ମା ସୁପ୍ରଭା ଚୌଧୁରୀଙ୍କୁ ହତ୍ୟା କରିଥିଲେ। ଏହି ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏବେ ପୁଅ ଆତ୍ମହତ୍ୟା କରିଛି।

You might also like