କାଳିଆ ଯୋଜନାକୁ ନେଇ ରାଜନୈତିକ ଛକାପଞ୍ଝା, ଅଟକିଲା ୧୩ ଲକ୍ଷ ହିତାଧିକାରୀଙ୍କ ସହାୟତା

ଭୁବନେଶ୍ବର : ନିର୍ବାଚନୀ ଉଷ୍ମତା ବଢୁଥିବା ବେଳେ କାଳିଆ ଯୋଜନାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । ଆଉ ୧୩ ଲକ୍ଷ ହିତାଧିକାରୀଙ୍କୁ ମିଳିବନି ସହାୟତା । ବିଜେପି ଚାପରେ ରାଜ୍ୟରେ କୃଷକଙ୍କ ପାଇଁ ଲାଗୁ ହୋଇଥିବା କାଳିଆ ଯୋଜନାରେ ସହାୟତା ରାଶି ପ୍ରଦାନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ରୋକ ଲଗାଇଥିବା ବିଜେଡି ଅଭିଯୋଗ କରିଛି । କେଉଁ ପରିସ୍ଥିତରେ କାଳିଆ ଟଙ୍କା ଅଟକିଲା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ନିଷ୍ପତ୍ତି ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବିଜେଡି । ବିଜେଡିର ଯୁକ୍ତି, ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ବହୁ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥକୁ ଜଳାଜଞ୍ଜି ଦେଇ ବିଜେପି ଏଭଳି ହୀନ ରାଜନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.