ଦରପଦା ଗାଁରେ ଡ଼ାଇରିଆ ଆତଙ୍କ, ୩ ଦିନରେ ୧୩ ଆକ୍ରାନ୍ତ

ନୟାଗଡ: ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକ ଦରପଦା ଗାଁରେ ଡ଼ାଇରିଆ ଆତଙ୍କ ।  ୩ ଦିନରେ ୧୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଚଳାଇଛନ୍ତି । ଦୂଷିତ ପାଣି ପିଇବା ଯୋଗୁ ଡ଼ାଇରିଆ ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଆକଳନ କରାଯାଇଛି । ଗ୍ରାମବାସୀମାନେ କୁଅ, ନଳକୂପ ଓ ଗାଁରେ ଥିବା କୂଅରୁ ସପ୍ଲାଇ ପାଣି ଗ୍ରାମବାସୀ ପିଅନ୍ତି ।

ସପ୍ଲାଇ ପାଣି ଯାଉଥିବା ପାଇପ୍ ଫାଟି ଯାଇଥିବାରୁ ନାଳ ନର୍ଦ୍ଦମା ପାଣି ପାଇପରେ ଯାଉଛି। ସେହି ପାଣି ପିଇବା ଯୋଗୁଁ ଗାଁରେ ଡ଼ାଇରିଆ ବ୍ୟାପିଛି। ୨ ଜଣ ଶିଶୁ ଗୁରୁତର ହୋଈ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି । ଆଜି ଜଣେ ଶିଶୁ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।  ଗାଁରେ ମେଡିକାଲ ଟିମ୍ ପହଞ୍ଚି ଗ୍ରାମବାସୀଙ୍କୁ ଚିକିତ୍ସିତ କରିବା ଶହ ଗାଁ ନଳକୂପ, କୂଅରେ ବ୍ଲିଚିଙ୍ଗ ପକାଇଛନ୍ତି । ଗାଁରେ ବ୍ଲିଚିଙ୍ଗ ଓ ଫିନାଇଲ ପକାଇଛନ୍ତି ।