ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ଆଜି ପୂରିଛି ୧୩ ବର୍ଷ

ଯାଜପୁର (କେନ୍ୟୁଜ୍) : କଳିଙ୍ଗନଗର ଗୁଳିକାଣ୍ଡକୁ ଆଜି ପୂରିଛି ୧୩ ବର୍ଷ । ମୃତକଙ୍କୁ ସହିଦ କହି ପ୍ରତିବର୍ଷ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଆୟୋଜିତ ହେଉଛି ସ୍ମୃତି ସମାବେଶ । ଚଳିତ ବର୍ଷ ମଧ୍ୟ ଏହାର ଆୟୋଜନ ପାଇଁ ଜନମଂଚ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି । ଏହି ଅବସରରେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲିଠାରୁ ସମାଧୀସ୍ଥଳ ବୀରଭୂମି ଯାଏ ଏକ ରାଲି ବାହାରିବ । ସେଠାରେ ସାଧାରଣ ସଭା କାର‌୍ୟ୍ୟକ୍ରମ ରହିଛି । ସହିଦ ସମାବେଶକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୦୦୬ ଜାନୁଆରୀ ୨ ଦିନ ଟାଟା କଂପାନୀର ଜମି ଅଧିଗ୍ରହଣକୁ ବିରୋଧ କରୁଥିବା ଆଦିବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିକାଣ୍ଡରେ ୧୪ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ୧୩ ବର୍ଷ ବିତିଲାଣି। ସେଠାରେ ଟାଟା କାରଖାନା ଉତ୍ପାଦନ କ୍ଷମ ହୋଇ ଦ୍ୱିତୀୟ ପର‌୍ୟ୍ୟାୟ ସମ୍ପ୍ରସାରଣ କାମ ଚାଲିଛି। କିନ୍ତୁ ଆଦିବାସୀଙ୍କ ମନର କ୍ଷୋଭ ଦୂର ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.