୨୪ ଘଣ୍ଟାରେ ୧୩୧ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୩୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ବାଲେଶ୍ୱରରେ ୯, ବରଗଡ଼ରେ ୩, ଭଦ୍ରକରେ ୩, ବଲାଙ୍ଗୀରରେ ୨, ବୌଦ୍ଧ ୨, କଟକରେ ୧, ଦେଓଗଡ଼ରେ ୩, ଗଜପତିରେ ୫, ଜଗତସିଂହପୁରରେ ୩, ଯାଜପୁରରେ ୬, କନ୍ଧମାଳରେ ୧, ଖୋର୍ଦ୍ଧାରେ ୩୦, କୋରାପୁଟରେ ୧, ମୟୂରଭଞ୍ଜରେ ୮, ନବରଙ୍ଗପୁରରେ ୫, ନୟାଗଡ଼ରେ ୩, ନୂଆପଡ଼ାରେ ୬, ପୁରୀରେ ୫, ରାୟଗଡ଼ାରେ ୧, ସମ୍ବଲପୁର ୧୪, ସୋନପୁରରେ ୩, ସୁନ୍ଦରଗଡ଼ରେ ୧୨ ଓ ଷ୍ଟେଟ ପୁଲରୁ ୫ ଜଣ ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.