କଟକରୁ ଜବତ ହେଲା ୧୩୧ କେଜି ଗଞ୍ଜେଇ, ୪ ଜଣଙ୍କୁ ଗିରଫ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ

କଟକ(କେନ୍ୟୁଜ୍): କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା। ୧୩୧ କେଜି ଗଞ୍ଜେଇ ଜବତ ସହ ୪ ଜଣକ ଗିରଫ କରିଛି ଫ୍ଲାଇଙ୍ଗ ସ୍କ୍ବାର୍ଡ। ଜବତ ଗଞ୍ଜେଇର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି କିହିଛନ୍ତି ଗୁଇନ୍ଦା ନିରୀକ୍ଷକ ଜଗଦିଶ୍ ଚନ୍ଦ୍ର ସାମଲ। ସୂଚନା ମୁତାବକ କୋରାପୁଟରୁ ଗଞ୍ଜେଇ ଏକ ବୋଲେରୋ ଯୋଗେ କୋଲକାତା ଅଭିମୁଖେ ଯାଉଥିବାର ଖବର ପାଇଥିଲା ଫ୍ଲାଇଙ୍ଗ ସ୍କ୍ବାର୍ଡ। ଏଥିପାଇଁ  ଯୋଜନା ବଦ୍ଧ ଭାବେ ଫ୍ଲାଇଙ୍ଗ୍ ସ୍କ୍ବାର୍ଡ ଜଗି ବସିଥିଲେ କଟକ ନିର୍ଗୁଣ୍ଡି ଛକ ନିକଟରେ। ବୋଲେରୋଟି ସେହି ବାଟ ଦେଇ ଯାଉଥିବା  ସମୟରେ ଗାଡିଟିକୁ ଅଟକାଇ ଥିଲେ ସ୍କ୍ବାର୍ଡ। ପରେ ଗାଡିଟିରୁ ୧୩୧ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ  ଚାଲଣ କରାଯାଇଛି।  ଚଳିତ ମାସରେ ଗୁଇନ୍ଦା ବିଭାଗର ଏହା ତୃତୀୟ ସଫଳତା।