କିଟରେ ୧୩ ତମ ଜାତୀୟ ମାନବ ସମ୍ବଳ କନକ୍ଲେଭ୍‌: ଯୋଗଦେଲେ ଡେଲୋଏଟ୍ ଇଣ୍ଡିଆ କନସନଲେଣ୍ଟି ସର୍ଭିସେସ୍‌ର ପରିଚାଳନା ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):କିଟ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ୧୩ ତମ ଜାତୀୟ ମାନବ ସମ୍ବଳ କନକ୍ଲେଭ୍ ଶନିବାର ଅନୁଷ୍ଠିତ ହୋଇଯାଇଛି। ‘ ପୁନଃ କୌଶଳ କ୍ରାନ୍ତି: ପରିବର୍ତ୍ତନର ବାହକ’ ବିଷୟ ବସ୍ତୁ ଉପରେ ଅନୁଷ୍ଠିତ ଏହି କନକ୍ଲେଭରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡେଲୋଏଟ୍ ଇଣ୍ଡିଆ କନସନଲେଣ୍ଟି ସର୍ଭିସେସ୍‌ର ପରିଚାଳନା ନିର୍ଦ୍ଦେଶକ ରାକେଶ ବାରିକ କହିଥିଲେ ପରିବର୍ତ୍ତନଶୀଳ ଦୁନିଆ ସହ ତାଳଦେବା ପାଇଁ ପ୍ରତିଦିନ ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ କୌଶଳର ଆବଶ୍ୟକତା ରହିଛି। ଶିଳ୍ପ ବାଣିଜ୍ୟ ଓ ସେବା ଆଦି ବିଭିନ୍ନ କ୍ଷେତ୍ରରେ ମାନବ ସମ୍ବଳର ବିନିଯୋଗ ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟାକୁ ଦୃଷ୍ଟିରେ ରଖି କୌଶଳରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ତେଣୁ ଆମକୁ ଆମର ଦକ୍ଷତାରେ ପରିବର୍ତ୍ତନ ଆଣିବାକୁ ପଡିବ ଏବଂ ନୂଆ ନୂଆ କୌଶଳ ଆପଣାଇବାକୁ ପଡିବ ବୋଲି ଶ୍ରୀ ବାରିକ କହିଥିଲେ। ଏଥିପାଇଁ କୁଶଳୀ ହେବାକୁ ପଡିବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସବୁବେେଳେ ପରିବର୍ତ୍ତନକୁ ଆପଣାଇବା ସହ କୌଶଳ ଆଧାରିତ ସଙ୍ଗଠନକୁ ପ୍ରୋତ୍ସାହିତ କରିବା ଏବଂ ନିଜକୁ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

କିଟ୍ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ସରଞ୍ଜିତ ସିଂ, କହିଥିଲେ କିଟ୍ ବିଶ୍ୱବିଦ୍ୟାଳୟ ସର୍ବଦା ପରିବର୍ତ୍ତନ କୁ ତାଳଦେଇ ବିଭିନ୍ନ କ୍ଷେତ୍ରରେ ନୂତନ କୌଶଳ ଆପଣାଇଥାଏ। କିଟ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟର ନିର୍ଦେଶକ ପ୍ରଫେସର ଏସ୍‌କେ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ସୁମିତା ମିଶ୍ର ଧନ୍ୟବାଦ ଦେଇଥିଲେ। ଦିନବ୍ୟାପୀ ଅନଷ୍ଠିତ ଏହି କନକ୍ଲେଭରେ ବିଷୟରେ ଆଧାରିତ ବିଭିନ୍ନ ଦିଗଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ବିଭିନ୍ନ ପ୍ରତିଷ୍ଠିତ କେନ୍ଦ୍ରର ମୁଖ୍ୟମାନେ ଅଂଶ ଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.