Categories: ରାଜ୍ୟ

ଯାଜପୁର: ସଂଜିବନୀ ରାଷ୍ଟ୍ରୀୟ ବାଲ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୧୪ ହୃଦରୋଗ ଛାତ୍ରଛାତ୍ରୀଙ୍କୁ ଅସ୍ତ୍ରୋପଚାର ପାଇଁ ପଠାଗଲା ଅହମ୍ମଦାବାଦ୍

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ର ମିଶନ ମାଧ୍ୟମରେ ୧୪ଜଣ ଛାତ୍ରଛାତ୍ରୀଙ୍କୁ ହୃଦ୍ ଅସ୍ତ୍ରୋପଚାର ପାଇଁ ଅହମ୍ମଦାବାଦ୍ ସ୍ଥିତ ସତ୍ୟସାଥ ହୃଦୟାଳୟକୁ ପଠାଯାଇଛି । ବଡ଼ଚଣା ବ୍ଲକରୁ ୪, ବରୀ ବ୍ଲକରୁ ୨ ,ବିଞ୍ଝାରପୁର ୧ ଓ ଦାନଗଦୀରୁ ୧, କୋରାଇ ବ୍ଲକରୁ ୩, ମଙ୍ଗଳପୁରରୁ ୧ ଓ ଯାଜପୁର ବ୍ଲକରୁ ୨ ଛାତ୍ରଛାତ୍ରୀମାନଙ୍କୁ ଆରବିଏସ୍କେ ଆୟୁଷ ଡ଼ାକ୍ତର ବସନ୍ତ କୁମାର ପଣ୍ଡା ଓ ଡ଼ା ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ନିଆଯାଇଛି । ଜିଲା ସ୍ୱାସ୍ଥ୍ୟ ସମିତି, ଯାଜପୁର ଓ ରାଜ୍ୟ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ସମସ୍ତ ଚିକିତ୍ସା ଓ ପରିବହନ ଖର୍ଚ ଯୋଗାଇ ଦିଆଯାଇଛି । ଅଦ୍ୟାବଧି ଯାଜପୁର ଜିଲାର ହୃଦ୍ରୋଗରେ ପିଡ଼ିତ ୮୫ଜଣ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ମାଧ୍ୟମରେ ସୂଚାର ରୂପେ ଅସ୍ତ୍ରୋପଚାର କରାଯାଇଛି । ଜିଲାପାଳ ରଞ୍ଜନ କୁମାର ଦାସ, ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଅରୁଣ କୁମାର ପାତ୍ର, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା କାହ୍ନୁଚରଣ ନାୟକ, ଡ଼ା ରୁଦ୍ରପ୍ରତାପ କର, ଜିଲା ପ୍ରୋଗ୍ରାମ ସଂଚାଳକ ଚିନ୍ମୟ ବରାଳ ଓ ଆରବିଏସ୍କେ ପରିଚାଳକ ସମ୍ବିତ କୁମାର ଭୋଳ ଏବଂ ଜିଲାର ସମସ୍ତ ବ୍ଲକର ଆରବିଏସ୍କେ ଆୟୁଷ ଡ଼ାକ୍ତର ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

 

 

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

8 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago