ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି ବେହେରା: ୧୪ ଘଣ୍ଟାର ଜେରା ପରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା

ଭୁବନେଶ୍ବର(କେନ୍ୟୁଜ୍): ଶ୍ରଦ୍ଧାଞ୍ଜଳିଙ୍କୁ ଦ୍ୱିତୀୟ ଦିନରେ ୧୪ ଘଣ୍ଟାର ଜେରା । ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି ବେହେରା । ସକାଳ ୭ଟାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶ୍ରଦ୍ଧାଞ୍ଜଳି । ୧୪ ଘଣ୍ଟାର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡି ହାତରେ ଲାଗିଛି । କିଛି ବଡ଼ବଡ଼ିଆଙ୍କ ନାଁ ନେଇଥିବା ଜଣାପଡିଛି । ଅର୍ଚ୍ଚନା ନାଗ ମାମଲାରେ ଦ୍ୱିତୀୟ ଦିନ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ଡକରା ହୋଇଥିଲା । ଏହାସହ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା । ଚନ୍ଦନଙ୍କୁ ୯ ଘଣ୍ଟା ଜେରା କରିଥିଲେ ଅଧିକାରୀ ।

ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ମୁହାଁମୁହିଁ ଜେରା ହୋଇଥିଲା । ଡ୍ରାଇଭର ଚନ୍ଦନ ଇଡି ଆଗରେ ରଖିଛି ଅର୍ଚ୍ଚନାଙ୍କ ହିଷ୍ଟ୍ରି । ରାଜଧାନୀରେ ଅର୍ଚ୍ଚନାଙ୍କ ବିରାଟ ସାମ୍ରାଜ୍ୟ ପଛର ସତ କ’ଣ ? ପୂରା ତଥ୍ୟ ଚନ୍ଦନ ପାଖରେ ରହିଛି । ଚନ୍ଦନ ଅର୍ଚ୍ଚନାଙ୍କୁ ନେଇ କେଉଁଆଡେ ଯାଉଥିଲେ? ଅର୍ଚ୍ଚନାଙ୍କୁ କିଏ କିଏ ଭେଟିଥିଲେ ? କ’ଣ ରହୁଥିଲା ତାଙ୍କ ଗତିବିଧି ? ସେସବୁର ଉତ୍ତର ପାଇଛି ଇଡି । ଶ୍ରଦ୍ଧାଞ୍ଜଳିଙ୍କ ତଥ୍ୟ ଆଧାରରେ ତଦନ୍ତ ବଢ଼ାଇଛି ଇଡି । ଆଉ କିଛି ବଡ଼ବଡ଼ିଆଙ୍କୁ ଖୁବଶୀଘ୍ର ହାଜିରା ପାଇଁ ନୋଟିସ ଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.