ରାଜ୍ୟ

କ୍ରାଇମବ୍ରାଞ୍ଚ STF କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ, ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କର ଜାଲ୍‌ ନୋଟ୍‌ ଜବତ

କେନ୍ୟୁଜ୍(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌ । ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌ । ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ ଓ ବଳରାମ ମେହେର । ବରଗଡ଼ ଜିଲ୍ଲା ବରପାଲିରେ ଜାଲ ନୋଟ୍‌ କାରବାର ହେଉଥିବା ନେଇ ଏସ୍‌ଟିଏଫ୍‌ ପାଖରେ ଅଭିଯୋଗ ହୋଇଥିଲା ।

ବରଗଡ଼ ଜିଲ୍ଲା ପୁଲିସ ସହାୟତାରେ ଏସ୍‌ଟିଏଫ୍‌ ବରପାଲିରେ ଚଢାଉ କରି ଜାଲ୍‌ ନୋଟ ଓ ଜାଲ ନୋଟ୍‌ ସମ୍ବନ୍ଧୀୟ ଯନ୍ତ୍ରାଂଶ ଜବତ କରିଥିଲା । ପଟ୍ଟୁର ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସମ୍ବଲପୁରରେ ରହୁଥିଲା । ସେହିପରି ବଳରାମ ମେହେରର ଘର ବରଗଡ଼ ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି । ଓଡ଼ିଶାରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଏହି ଜାଲ ନୋଟ୍‌ ରାକେଟ୍‌ ଲମ୍ବିଥିବା ସନ୍ଦେହ କରାଯାଉଛି । ଏହି ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ କେତେଦିନ ଧରି ଚାଲିଥିଲା, ତା ଉପରେ ଏସ୍‌ଟିଏଫ୍‌ ଓ ବରଗଡ଼ ପୋଲିସ ତଦନ୍ତ ଚଳାଇଛି ।

KNews Bureau

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

23 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

26 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

48 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

51 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago