ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ୧୪ ଲକ୍ଷ ଟଙ୍କା, ଗତ ଦେଢ଼ ମାସ ଧରି ଲଗାତାର ଚାଲିଛି ଡକାୟତି

ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଡକାୟତ ଦଳ । ଜଣେ ବ୍ୟବସାୟୀଙ୍କ ବେକରେ ମାରଣାସ୍ତ୍ର ଲଗାଇ ଟଙ୍କା ଓ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ରାତି ଅଧରେ ଘରେ ପଶି ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି ୧୪ ଲକ୍ଷ ଟଙ୍କା । ଡକାୟତଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ବଡ଼ ବ୍ୟବସାୟୀ ।

ଉମରକୋଟ (କେନ୍ୟୁଜ):ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଡକାୟତ ଦଳ । ଜଣେ ବ୍ୟବସାୟୀଙ୍କ ବେକରେ ମାରଣାସ୍ତ୍ର ଲଗାଇ ଟଙ୍କା ଓ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ରାତି ଅଧରେ ଘରେ ପଶି ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି ୧୪ ଲକ୍ଷ ଟଙ୍କା । ଡକାୟତଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ବଡ଼ ବ୍ୟବସାୟୀ । ଏକାଧିକ ଡକାୟତିକୁ ନେଇ ଅଞ୍ଚଳରେ ଲୋକଙ୍କ ଭିତରେ ଏବେ କୋକୁଆଭୟ ସୃଷ୍ଟି ହୋଇଛି । ଗତ ଦେଢ଼ ମାସ ମଧ୍ୟରେ ଝରୀଗାଁ ଅଞ୍ଚଳରେ ମରଣାସ୍ତ୍ର ଦେଖାଇ ତିନୋଟି ଡକାୟତି ଘଟଣା ଘଟିଯାଇଛି । ପ୍ରଥମେ ବାନ୍ଧିଲେ ଏବଂ ପରେ ବେକରେ ମାରଣାସ୍ତ୍ର ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ।

ପୋଲିସର ଗୋଟିଏ ତଦନ୍ତ ସରିନଥିବା ବେଳେ ଆଉ ଏକ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଭାଲୁକନାଡି ଗାଁରେ ସଶସ୍ତ୍ର ଲୁଟ୍ ଅଭିଯୋଗ ହୋଇଛି । ସମାନ ଢଙ୍ଗରେ ମରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଓ ସୁନା ଲୁଟ କରି ଚାଲିଛନ୍ତି । ଗତ ବିଳମ୍ବିତ ରାତିରେ ଝରୀଗାଁ ବ୍ଲକ ଭାଲୁକାନାଡି ଗ୍ରାମରେ, ରାତ୍ର ପ୍ରାୟ ଗୋଟାଏ ସମୟରେ ଭାଲୁକାନାଡିର ଜଣେ ବ୍ୟବସାୟୀ ଅମୀୟ କୁମାର ଦାସ ଏକୁଟିଆ ଘରେ ଥିବାବେଳେ ତାଙ୍କ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କା । ପ୍ରଥମେ ଗେଟ ତାଲା ଭାଙ୍ଗି ଘରେ ପଶି ବୃଦ୍ଧଜଣକୁ ଘେରିଯାଇଥିଲେ । ଏହି ଡକାୟତ ଦଳରେ ସାତ ରୁ ଆଠ ଜଣ ରହିଥିଲେ । ଏବଂ ସମସ୍ତଙ୍କ ହାତରେ ଧାରୁଆ ମରଣାସ୍ତ୍ର ଥିବାବେଳେ ବୃଦ୍ଧ ଅମୀୟଙ୍କ ମୁଣ୍ଡରେ ଖଣ୍ଡା ରଖି ହାତଦୁଇଟିକୁ ବାନ୍ଧି ଦେଇଥିଲେ ।

ପରେ ତାଙ୍କ ଘରୁ ଗୋଟି ଗୋଟି କରି ଖୋଜି କଳାକନା ବୁଲେଇ ଦେଲେ ଦୁର୍ବୃତ୍ତ । ବ୍ୟବସାୟୀଙ୍କ ସୂଚନା ପ୍ରକାରେ ଲକ୍ଷାଧିକ ଟଙ୍କା ସମେତ ସବୁ ସୁନା ଅଳଙ୍କାର ଲୁଟିନେଇଥିଲେ,ଏବଂ ମୋବାଇଲଟି ଛଡେଇ ନେଇ ଘରଠାରୁ ନିକଟର ସ୍କୁଲ ପାଖରେ ଫୋପାଡ଼ିଦେଇ ଚାଲିଯାଇଥିଲେ । ତେବେ ଏହି ଲୁଟରେ ଆଠରୁ ଦଶଜଣ ଦୁର୍ବୃତ୍ତ ସାମିଲଥିବା ବେଳେ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି ବ୍ୟବସାୟୀ ଅମୀୟ । ଗତ ଦେଢ଼ ମାସ ମଧ୍ୟରେ ଝରିଗାଁ ଅଞ୍ଚଳରେ ମରଣାସ୍ତ୍ର ଦେଖାଇ ୩ ଟି ଡକାୟତି ଘଟଣା ଘଟିଛି । ତେଣୁ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।