ରାଜ୍ଯରେ ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ। ରାଜ୍ଯରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି । ତେବେ ଏହି ଆକ୍ରାନ୍ତଙ୍କ ଭିତରୁ ୧୨ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ, କେନ୍ଦ୍ରାପଡା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ସୁନ୍ଦରଗଡ଼ରେ ୧୫ ଓ କେନ୍ଦ୍ରାପଡ଼ାରେ ୯ଜଣ ପଜିଟିଭ୍‌ ରହିଛନ୍ତି। ରାଜ୍ୟରେ ମୋଟ ୩୨୦ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌।

chcଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବଢି ଚାଲିଥିବାବେଳେ ଗଞ୍ଜାମ, ବାଲେଶ୍ୱର ଓ ଅନୁଗୁଳ ଜିଲ୍ଲାକୁ ନେଇ ଚିନ୍ତା ବଢିଛି । ମାତ୍ର ୪ ଦିନ ଭିତରେ ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଗତକାଲି କରୋନା ମାନଚିତ୍ରରେ ନୂଆ ଜିଲ୍ଲା ଭାବେ ଯୋଡି ହୋଇଛି ଅନୁଗୁଳ । ଅନୁଗୁଳରେ ଏକାଥରେ ୧୩ଟି ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ପରେ ଆଉ ୨ ଜଣ ଆକ୍ରାନ୍ତ ହୋଇଥିଲେ । ଗୋଟିଏ ଦିନରେ ଶୂନରୁ ଏକାଥରେ ୧୫ ଆକ୍ରାନ୍ତ ବାହାରିବାରେ ଅନୁଗୁଳ ପ୍ରଥମ ଜିଲ୍ଲା ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.