ଲାଲ୍ ସଂଗଠନକୁ ଝଟ୍କା, ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଭଦ୍ରାଦି କତୋଗୁଡ଼ମ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ACM କ୍ୟାଡର, ୪ଜଣ ପାର୍ଟି ମେମ୍ବର ରହିଛନ୍ତି । ମାଓ ସଂଗଠନରେ ମାଓ ଆଦର୍ଶରୁ ବିଚ୍ୟୁତ ହୋଇ ନିରୀହ ଲୋକଙ୍କୁ ହତ୍ୟା କରୁଥିବା ସହ ମହିଳା ମାନଙ୍କୁ ଅତ୍ୟାଚାର କରାଯାଉଥିବାରୁ ମାଓ ସଂଗଠନ ଛାଡିଥିବା ସରେଣ୍ଡର ମାଓବାଦୀ କହିଛନ୍ତି । ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇଦିଆଯିବ ବୋଲି କହିଛନ୍ତି ଭଦ୍ରାଦି କତୋଗୁଡ଼ମ ଏସପି ।
ଆହୁରି ପଢ଼ନ୍ତୁ : ଜିଦରେ ଅଟଳ ଦିଦି, ପୁଣି ଦୀଘା ଜଗନ୍ନାଥ ମନ୍ଦିରରେ ଲାଗିଲା ଜଗନ୍ନାଥ ଧାମ ସେଲ୍ଫି ପଏଣ୍ଟ