ସୁନ୍ଦରଗଡ଼ରେ ୧୬ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ଆଶଙ୍କା

ରାଉରକେଲା (କେନ୍ୟୁଜ):  ଘାତକ ହେଉଛି ଗ୍ରୀଷ୍ମ ଲହରୀ ।  ଅଂଶୁଘାତ ଜୀବନ ନେଉଥିବା ଅଭିଯୋଗ ।  ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ।  ତେବେ ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ମୃତ୍ୟୁର ପ୍ରକୃତ କାରଣ କଣ ।  ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା ।  ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି ।  ଏସବୁ ମୃତ୍ୟୁ ଅଂଶୁଘାତ ବୋଲି ସଂଦେହ କରାଯାଇଛି।

ଗତକାଲି ରାଉରକେଲା ହସ୍ପିଟାଲରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତଦେହକୁ ଶବାଗାରରେ ରଖାଯାଇଛି । ମୃତ୍ୟୁର କାରଣ ଅଂଶୁଘାତ ବୋଲି ଆଶଙ୍କା କରାଯାଉଛି । ସେହିଭଳି ରାଉରକେଲା ହସ୍ପିଟାଲରେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିରେ ଅନ୍ୟ ଜିଲ୍ଲା ଏବଂ ଝାଡ଼ଖଣ୍ଡର ଲୋକଥିବା ସୂଚନା ରହିଛି। ରାଉରକେଲା ଏଡିଏମ୍ ଓ ପାନପୋଷ ଉପଜିଲ୍ଲାପାଳ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଭୀଷଣ ଗ୍ରୀଷ୍ମ ପ୍ରବାହ କାରଣରୁ ଅଂଶୁଘାତ ହୋଇଥାଇ ପାରେ ବୋଲି ଆଶଂକା କରାଯାଉଛି।

ସୂଚନା ଅନୁସାରେ ଗତକାଲି ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଛି ଦିନର ତାପମାତ୍ରା । ଝାରସୁଗୁଡ଼ାରେ ମେ ମାସରେ ଏହା ସର୍ବକାଳୀନ ରେକର୍ଡ । ବୁଧବାର ତାପମାତ୍ରାକୁ ମିଶାଇ ଝାରସୁଗୁଡ଼ାରେ ୬ ଥର ତାପମାତ୍ରା ୪୭ ଡିଗ୍ରୀ ଉପରେ ରହିଛି। ୧୯୯୮ ମେ ୨୮ ତାରିଖରେ ଝାରସୁଗୁଡ଼ାରେ ତାପମାତ୍ରା ୪୮ ଡିଗ୍ରୀ ରେକର୍ଡ ହୋଇଥିଲା। ଗତକାଲି ରାଜ୍ୟରେ ୪୫ ଡିଗ୍ରୀ ଉପରେ ଥିଲା ୯ ସହରର ତାପମାତ୍ରା। ଏପଟେ ଭୟଙ୍କର ହେଉଛି ଗ୍ରୀଷ୍ମ ପ୍ରବାହ।

You might also like