ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା: ରାତି ୩ଟାରୁ ୧୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ ପାଖରେ ପହଁଚିଲେ ପିଲା

ମିଳୁନି ଭଲ ଖାଇବା କି ଶୁଦ୍ଧ ପାନୀୟ ଜଳ । ଶୋଇବା ପାଇଁ ଭଲ ଖଟ କି ମଶାରୀ ନାହିଁ,  କି ଖେଳିବା ପାଇଁ ସୁବିଧା ନାହିଁ । ଏମିତି ଅବ୍ୟବସ୍ଥା ଘେରରେ ରହିଛି ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟ । ଯାହାକୁ ନେଇ ଏବେ ଆଗେଇ ଆସିଛନ୍ତି ଉକ୍ତ ଆବାସିକ ବିଦ୍ୟାଳୟଙ୍କ ଛାତ୍ରମାନେ । ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଦୀର୍ଘ ୧୫ କିଲୋମିଟ ଚାଲି ଚାଲି ଆସିଛନ୍ତି ଏହି ଛାତ୍ର ମାନେ ।

ରାୟଗଡା(କେନ୍ୟୁଜ): ମିଳୁନି ଭଲ ଖାଇବା କି ଶୁଦ୍ଧ ପାନୀୟ ଜଳ । ଶୋଇବା ପାଇଁ ଭଲ ଖଟ କି ମଶାରୀ ନାହିଁ,  କି ଖେଳିବା ପାଇଁ ସୁବିଧା ନାହିଁ । ଏମିତି ଅବ୍ୟବସ୍ଥା ଘେରରେ ରହିଛି ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟ । ଯାହାକୁ ନେଇ ଏବେ ଆଗେଇ ଆସିଛନ୍ତି ଉକ୍ତ ଆବାସିକ ବିଦ୍ୟାଳୟଙ୍କ ଛାତ୍ରମାନେ । ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଦୀର୍ଘ ୧୫ କିଲୋମିଟ ଚାଲି ଚାଲି ଆସିଛନ୍ତି ଏହି ଛାତ୍ର ମାନେ ।

ରାୟଗଡା ବଡ଼ରାଇସିଙ୍ଗ,ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟର ଏହି ୧୪ ଜଣ ଛାତ୍ର । ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘଦିନ ହେବ ହଷ୍ଟେଲ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା ସହିତ ଅଭଦ୍ର ଭାଷରେ ଗାଳି ଗୁଲଜ ଅଭିଯୋଗ ନେଇ ଏହି ଛାତ୍ରମାନେ ଆଜି ଭୋର ପ୍ରାୟ ସାଢ଼େ ୩ ଟାରୁ ଦୀର୍ଘ ୧୫ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ ନକଟରେ ପହଁଚିଥିଲେ ।

ଉକ୍ତ ହଷ୍ଟେଲରେ ୧୦୦ ଜଣ ବାଳକ ଏବଂ ୧୪୦ ଜଣ ବାଳିକା ରହି ପାଠ ପଢ଼ୁଥିବା ନେଇ ସୂଚନା ଦେଇଛନ୍ତି ଏହି ଛାତ୍ରମାନେ। ତେବେ ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ଏମାନେ ଦାବି କରିଛନ୍ତି । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ତୁରନ୍ତ ଏ ଦିଗରେ ସ୍ଥାନୀୟ ପ୍ରଶଂସନ ହସ୍ତକ୍ଷପ କରି ସମସ୍ୟାର ସମାଧାନ କରିବା ନିହାତୀ ଜରୁରୀ ।

 

Leave A Reply

Your email address will not be published.