ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ଯରେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି ପାଇଛି । ଏହି ନୂଆ ସଂକ୍ରମିତଙ୍କ ଭିତରୁ ୧୧୦ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୩୧ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

coronaଏହି ୧୪୧ ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ୨୭, ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୨୬, ବାଲେଶ୍ୱରରୁ ୨, କେନ୍ଦ୍ରାପଡ଼ାରୁ ୧୩, କଟକରୁ ୬, ପୁରୀରୁ ୫, ବଲାଙ୍ଗୀରୁ ୭, ଜଗତସିଂହପୁରରୁ ୪, ନୟାଗଡ଼ରୁ ୧, ସୁନ୍ଦରଗଡ଼ରୁ ୮, ନୂଆପଡ଼ାରୁ ୧୯, ଗଜପତିରୁ ୪, କେନ୍ଦୁଝରରୁ ୪, ମୟୁରଭଞ୍ଜରୁ ୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୨ ଓ ସମ୍ବଲପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.