ରାଜ୍ୟ

ଆଜି ଯାଜପୁର ବୈତରଣୀ ନଦୀରେ ପବିତ୍ର ମହାବାରୁଣୀ ସ୍ନାନ ଯୋଗ, କରୋନା ପାଇଁ ୧୪୪ ଧାରା ଯୋଗୁଁ ଦଶାଶ୍ୱମେଧ ଘାଟ ଜନଶୂନ୍ୟ

ଯାଜପୁର ଟାଉନ: ଆଜି ପବିତ୍ର ମହାବାରୁଣୀ ସ୍ନାନ ଯୋଗ । ୧୨ବର୍ଷରେ ଥରେ ଏହି ସ୍ନାନ ଯୋଗ ପଡିଥାଏ । ମାତ୍ର ଚଳିତ ବର୍ଷ କରୋନା ପାଇଁ ଯାଜପୁର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ୧୪୪ ଧାରା ଜାରି କରାଯାଇଛି। ୨ପ୍ଲାଟୁନ ପୋଲିସ ମଧ୍ୟ ମୁତୟନ କରାଯାଇଛି । ବାରୁଣୀ ବୁଡକୁ ଶ୍ରଦ୍ଧାଳୁମାନେ ନ ଆସିବାକୁ ବିଭିନ୍ନ ଜାଗାରେ ପୋଲିସ ପକ୍ଷରୁ ଚେକପୋଷ୍ଟ କରାଯାଇ ବାରୁଣୀ ସ୍ନାନକୁ ବାରଣ କରାଯାଇଛି । ଚଳିତ ବର୍ଷ ମହାବାରୁଣୀ ସ୍ନାନ ଯୋଗ ଥିବାରୁ ପିଣ୍ଡଦାନ ଏବଂ ବୁଡ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଥିଲା । ପୂର୍ବରୁ ମଧ୍ୟ ଏନେଇ ପୌରପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମାତ୍ର ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନାକୁ ରୋକିବା ନିମନ୍ତେ ଯାଜପୁର ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ଦଶାଶ୍ୱାମେଧ ଘାଟ ଏବଂ ପାଖାପାଖି ଅଂଚଳରେ ୧୪୪ ଧାରା ଲାଗୁ ହୋଇଛି ।

ଆଜି ସକାଳୁ ସହରର ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସକାଳୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଘାଟ ଅଂଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଜିଲ୍ଲାପାଳ ଯାଜପୁରବାସୀଙ୍କୁ ଆଜିର ଦିନରେ ବୁଡକୁ ନ ଆସି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହାକୁ ସ୍ଥାନୀୟ ପୂଜାରୀ, ପୁରୋହିତମାନେ ସମର୍ଥନ କରିଛନ୍ତି । ଏଥିସହ କରୋନା ଭାଇରସ ଜିଲ୍ଲାବାସୀଙ୍କ ମଧ୍ୟରେ ନ ବ୍ୟାପୁ ବୋଲି ଯାଜପୁର ଅଧିଷ୍ଠାତ୍ରୀ ଦେବୀମା ବିରଜାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଆଜି ସକାଳୁ ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ବାରୁଣୀ ଘାଟ ଅଂଚଳ ବୁଲି ଦେଖିବା ସହ ବୁଡ଼ ପକାଇବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ କରୋନା ମହାମାରୀ ସହ ମୁକାବିଲା କରିବା ସମ୍ପର୍କରେ ସଚେତନ କରିଥିଲେ ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

34 mins ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

2 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

4 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

4 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

4 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

5 hours ago