ଢ଼େଙ୍କାନାଳ ଯୋରନ୍ଦା ମହିମା ପୀଠରେ ୧୪୪ ଧାରା ଜାରି, ଚାଲିଛି ଉଚ୍ଛେଦ ପ୍ରକ୍ରିୟା

ଢ଼େଙ୍କାନାଳ(କେନ୍ୟୁଜ୍): ଢ଼େଙ୍କାନାଳ, ଯୋରନ୍ଦା ମହିମା ପୀଠ ରେ ୧୪୪ ଧାରା ଜାରି। ଗାଦି ମନ୍ଦିର ତୃତୀୟ ବେଢା ମଧ୍ୟରୁ କୌପୁନି ସମାଜଙ୍କ ବତୀ ମନ୍ଦିର, ଟୁଙ୍ଗି, ଧୂନି ମନ୍ଦିର, ଭେକ ମନ୍ଦିର ଉଚ୍ଛେଦ ପ୍ରକ୍ରିୟା ଜାରି । ଘଟଣା ସ୍ଥଳରେ ୪ ପ୍ଲାଟନ ଫୋର୍ସ ମୁତୟନ।ଆଜି ସକାଳ ୧୦ ଘଟିକା ସମୟରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସେଥିପାଇଁ ଆଜି ଠାରୁ ଗାଦିି ମନ୍ଦିର ତୃତୀୟ ବେଢା ଚତୁୁଃପାର୍ଶ୍ଵ ପ୍ରବେଶ ପଥ , ଉତ୍ତର ସିଂହଦ୍ଵାର, ବଡ଼ଦାଣ୍ଡରେ ବାରିକେଡ଼ କରାଯାଇଛି । ଘଟଣାସ୍ଥଳରେ ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି ଥାନା ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଆଜି ୨ ଜଣ ଡ଼ିଏସପି, ୭ ଜଣ ଇନିସ୍ପେକ୍ଟର ଏବଂ ଅନ୍ୟ ଅଧିକାରୀ ସହିତ ୪ ପ୍ଲାଟୁନ ପୋଲିସ ମୃତୟନ ହୋଇଛନ୍ତି। ଚି଼ହ୍ନଟ ପ୍ରକ୍ରିୟା ଓ କୋର୍ଟ ନିର୍ଦେଶ ମତେ ଏହା କାର୍ଯ୍ୟକାରୀ ହେଉଛି । ବାବାଙ୍କ ଅନ୍ତେ ୧୯୪୩ ମସିହା ଠାରୁ ବକ୍କଳଧାରୀ ମହିମା ସମାଜ ପକ୍ଷରୁ ୩ୟ ବେଢ଼ା ମଧ୍ୟରୁ ବତୀ ମନ୍ଦିର ଓ ଧୂନୀମନ୍ଦିର ଉଚ୍ଛେଦ ପାଇଁ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଏ ସମ୍ପର୍କରେ ବିଭିନ୍ନ ସମୟରେ ମାମଲା,ରାୟ ଓ ସ୍ଥଗିତାଦେଶ ଲାଗି ରହିଥିଲା । ଶେଷରେ ଗତ ୨୦୨୨ ଜୁଲାଇ ୧୧ତାରିଖରେ ପ୍ରଥମେ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆବଶ୍ୟକୀୟ ପୋଲିସ ସୁରକ୍ଷା ବ୍ୟବସ୍ଥା ହୋଇ ନପାରିବାରୁ ପରବର୍ତ୍ତୀ ସମୟ ଦିନ ଧାର୍ଯ୍ୟ ହୋଇଥିଲା ।

କିନ୍ତୁ କୈ।ପୀନଧାରୀ ମହିମା ସମାଜ ପକ୍ଷରୁ ମାନ୍ୟବର ହାଇକୋର୍ଟରୁ ରହିତାଦେଶ ଆସିବାରୁ ଉଚ୍ଛେଦ କାର୍ଯ୍ୟ ପୁନର୍ବାର ସ୍ଥଗିତ ରହିଥିଲା। ଗତ ଅକ୍ଟୋବର ୩୦ ତାରିଖରେ ସ୍ଥଗିତାଦେଶ ଉଠିଯାଇଥିଲା । ଫଳରେ ବକ୍କଳ ଧାରୀ ସମାଜ ପକ୍ଷରୁ ମାନ୍ୟବର କୋର୍ଟକୁ ନିବେଦନ କରାଯିବା ପରେ କୋର୍ଟ ପକ୍ଷରୁ ଉଚ୍ଛେଦ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.