ରାଜ୍ୟ

କରୋନା ପାଇଁ ପ୍ରସିଦ୍ଧ ସିଂହାପୁର ଯାତ୍ରା ବନ୍ଦ, ବର୍ଷ ବର୍ଷ ପରମ୍ପରାରେ ଲାଗିଲା ରୋକ୍ , ସଂପୃକ୍ତ ଅଂଚଳରେ ୧୪୪ ଧାରା ଜାରି

ଯାଜପୁର (କେନ୍ୟୁଜ) ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଥାଏ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ସିଂହାପୁର ଯାତ୍ରା । ଅଦ୍‌ଭୁତ ଏଠାକାର ପରମ୍ପରା । ନିକଟସ୍ଥ ପୁଷ୍କରିଣୀରେ ବର୍ଷତମାମ ରହୁଥିବା ଜଳାଶୟୀ ନାରାୟଣ ଗୋସାଇଁ ଆଜି ଠାରୁ କେବଳ ୩ ଦିନ ପାଇଁ ପାଣିରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ତେବେ କରୋନା ପ୍ରଭାବରେ ଶହ ଶହ ବର୍ଷର ପରମ୍ପରାରେ ଲାଗିଛି ରୋକ୍ । ଲକ ଡାଉନ ଯୋଗୁ ସଂପୃକ୍ତ ଅଂଚଳରେ ୧୪୪ଧାରା ଜାରି । କେବଳ ବିଧି ରକ୍ଷା ମୁତାବକ ନାରାୟଣ ଗୋସାଇଁଙ୍କୁ ପାଣିରୁ ବାହାର କରି କରାଯାଉଛି ପୂଜାର୍ଚ୍ଚନା ।

ଦିନଥିଲା ହଜାର ହଜାର ଭକ୍ତଙ୍କ ଗହଳିରେ ଫାଟି ପଡୁଥିଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ପ୍ରସିଦ୍ଧ ସିଂହାପୁର ଯାତ୍ରା । ହେଲେ ଆଜି କିନ୍ତୁ ପୁରା ଖା ଖାଁ । ଲୋକାରଣ୍ୟ ହୋଇପଡୁଥିବା ମଧୁତୀର୍ଥ ପୁଷ୍କରିଣୀ ଚର୍ତୁପାଶ୍ୱର୍ ପୁରା ଖାଲି । ଭକ୍ତ ମାନଙ୍କର ବି ଦେଖାନାହିଁ । ସୁବୁ କିଛି ବିଗାଡି ଦେଇଛି କରୋନା । ପ୍ରଶାସନ ପକ୍ଷରୁ ସଂପୃ୍‌କ୍ତ ସ୍ଥାନରେ ଜାରି କରାଯାଇଛି ୧୪୪ଧାରା । ଖାଲି ପରମ୍ପରା ମୁତାବକ ଆଜି ଠାକୁରଙ୍କୁ ପାଣିରୁ ଅଣାଯାଇ ମନ୍ଦିରରେ ସ୍ଥାପନା କରାଯାଇ ଚାଲିଛି ପୂଜାର୍ଚ୍ଚନା ।

ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ୭ରୁ୮ ଜଣ ସେବାୟତଙ୍କ ସହାୟତାରେ ନାରାୟଣ ଗୋସାଇଁଙ୍କୁ ପୋଖରୀରୁ ଉଠାଯାଇଛି । ପରମ୍ପରା ମୁତାବକ, ପୁରୀର ରାଜବଂଶ ପରମ୍ପରା ଭଳି ସକାଳୁ ଗଡମଧୁପୁର ରାଜା ପୋଖରୀ କୁଳରେ ପୁଷ୍ପାଂଜଳୀ ଦେଇ ନାରାୟଣ ଗୋସାଇଁଙ୍କୁ ଆବାହନ କରିଥାନ୍ତି । ତାପରେ ପୁଜକ, ବ୍ରାହ୍ମଣ, ଭକ୍ତ ମାନଙ୍କ ଦ୍ୱାରା ପ୍ରଭୁଙ୍କୁ ଠାବ କରାଯାଇ ପୁର୍ବ ତୁଠକୁ ଅଣାଯାଇଥାଏ । ଆଲଟ ଚାମର ସହ ବାଦ୍ୟ, ଘଂଟ, ହୁଳହୁଳିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠେ । ଏଥିସହ ନାରାୟଣ ଗୋଷାଇଁଙ୍କ ଠାରେ ପଇଡ ଜଳ, ପଂଚାମୃତ ଅଭିଶେକ କରାଯାଏ । ପରେ ପ୍ରଭୁଙ୍କୁ ଜଳ କେଳି କରି ଉତର ପଟ ପାବଛ ଦେଇ ମନ୍ଦିରକୁ ନିଆଯାଇଥାଏ । ଜଳାଶାୟୀ ନାରୟଣଙ୍କ ଚଳନ୍ତି ପ୍ରତିମା ଭାବି ପୁଜିତ ମଦନ ମୋହନ ଓ ଲକ୍ଷ୍ମୀ ମଧ୍ୟ ବିମାନରେ ଆସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତେବେ କରୋନା ଯୋଗୁ ଚଳିତ ବର୍ଷ ସବୁ କିଛି ବନ୍ଦ । ସତେ ଯେପରି ଏଠାରେ ଚଡକ ପଡିଛି ।

କିମ୍ବଦନ୍ତୀ କହେ ଷୋଡଶ ଶତାବ୍ଦୀରେ ରାଜା ମୁକୁନ୍ଦ ଦେବଙ୍କ ଶାସନ କାଳରେ କଳା ପାହାଡ ଅନେକ ହିନ୍ଦୁ ଦେବା ଦେବୀ ମନ୍ଦିର ଭାଙ୍ଗି ପକାଇଥିଲା । କଳା ପାହାଡ ଆକ୍ରମଣରେ ବର୍ତିଥିଲା ସିଂହାପୁରର ନାରାୟଣ ଗୋସାଇଁଙ୍କ ମନ୍ଦିର । କଳା ପାହାଡ ଆସୁଥିବାର ଖବର ପାଇ ଏଠାକାର ବ୍ରାହ୍ମଣ ମାନେ ନାରାୟଣ ଗୋସାଇଁଙ୍କୁ ନିକଟସ୍ଥ ପୁସ୍କରିଣୀରେ ଲୁଚାଇଦେଇଥିଲେ । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏଠାକାର ମନ୍ଦିରକୁ ସଂମ୍ପୁର୍ଣ୍ଣ ଭାଙ୍ଗୀ ଦେଇ କଳା ପାହାଡ ଚାଲିଯାଇଥିଲା । ଯାହର ଧ୍ୱଂଷାବଶେଷ ଭାବେ ଅନେକ ଭଙ୍ଗା ତୁଟା ମୁର୍ତି ପୁସ୍କରିଣୀ ତୁଠରେ ପଡିରହିଛି । ୨୦୦ ବର୍ଷ ପୁର୍ବେ ନିକଟସ୍ଥ ଗଡ ମଧୁପୁରର ରଜାଙ୍କୁ ସ୍ୱପ୍ନାଦେଶ ହେବା ପରେ ନୂତନ ମନ୍ଦିର ଗଢ଼ାଯାଇ ନାରାୟଣ ଗୋସାଇଁଙ୍କୁ ପୂଜା କରାଯାଇଆସୁଛି ।

ପୁର୍ବରୁ ଗୋଟିଏ ଦିନ ପାଇଁ ଠାକୁରଙ୍କୁ ଜଳରୁ ଉଦ୍ଧାର କରି ପୂଜା କରାଯାଉଥିଲା । ଭକ୍ତଙ୍କ ସମାଗମ ଦେଖି ପରବର୍ତି ସମୟରେ ଏହି ଯାତ୍ରାକୁ ୩ ଦିନକୁ ବୃଦ୍ଧି କରାଯାଇଥିଲା । ତେବେ କରୋନା ପାଇଁ ଏହି ବର୍ଷ ବର୍ଷର ପରମ୍ପରାରେ ରୋକ    ଲାଗିଛି । ଏପଟେ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରଭୁ ନାରାୟଣ ଗୋସାଇଁଙ୍କୁ ଦର୍ଶନ ସହ କୃପାଲାଭ କରିବାରୁ ବଂଚିତ ହୋଇଛନ୍ତି ।

Sasmita

Recent Posts

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

19 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

26 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

40 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

52 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

2 hours ago