ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଅଗ୍ନିଶମ ବାହିନୀରେ ସୃଷ୍ଟି ହେବ ୧୪୪ଟି ପଦବୀ, ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

କେନ୍ୟୁଜ୍(ବ୍ୟୁରୋ): ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ବରାନ୍ବିତ ଭାବରେ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ Striking Fire Force ଗଠନ କରାଯିବ। ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି।

 

ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି Striking Fire Forceର ୩ଟି Range Headquarter ରହିବ। ପ୍ରତ୍ୟେକ Range Headquarter ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ ।

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ସେବା First Responder ଭାବରେ କାର୍ଯ୍ୟ କରି ଜନସାଧାରଣଙ୍କୁ ଠିକ୍‌ ସମୟରେ ସେବା ଯୋଗାଇ ଦେଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏପରିକି ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଅଗ୍ନଶମ ବାହିନୀ ପକ୍ଷରୁ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଉଛି । ତେଣୁ ଅଗ୍ନିଶମ ବାହିନୀକୁ ତୁରନ୍ତ କୌଣସି ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଆଧୁନିକ ଦକ୍ଷତା ଥିବା ଏକ ସ୍ବତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ବୋଲି ଉପସ୍ଥାପନାରେ କୁହାଯାଇଥିଲା ।

ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା (Modern Gadgets) ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ Striking Force ଭାବରେ ବିକଶିତ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ସଂଚଳନା କରିଥିଲେ। ଅଗ୍ନିଶମ ବିଭାଗର ଡିଜି ଶ୍ରୀ ସନ୍ତୋଷ ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଆଲୋଚନାରେ ମୁଖ୍ୟ ଶାସନ ସଚିବ,ଶ୍ରୀ ସୁରେଶ ମହାପାତ୍ର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସଂଜୀବ ଚୋପ୍ରା ଓ ଅତିରିକ୍ତ ଡିଜି ଶ୍ରୀମତୀ ସୌମ୍ୟା ମିଶ୍ର ପ୍ରମୁଖ ଭାଗ ନେଇଥିଲେ।

KNews Bureau

Recent Posts

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

13 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

19 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

26 mins ago

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

34 mins ago

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Xiaomi MIX Fold 4, ମିଳିବ ସାଟେଲାଇଟ୍ କନେକ୍ଟିଭିଟି ଫିଚର୍ସ

ସାଓମି ହେଉଛି ଭାରତର ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ କମ୍ପାନୀ । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସାଓମି ସ୍ମାର୍ଟଫୋନ୍…

59 mins ago

ଦିଲ୍ଲୀ ଏୟାରପୋର୍ଟରେ ବିଦ୍ୟୁତ୍‌ କାଟ୍‌ ; ସିଷ୍ଟମ ଠପ୍‌, ବିମାନ ଉପରେ ପ୍ରଭାବ, ଯାତ୍ରୀ ହନ୍ତସନ୍ତ

ରାଜଧାନୀ ଦିଲ୍ଲୀରେ ବିଜୁଳି କାଟ୍‌ ହେବା ଯୋଗୁଁ ସବୁ କାର୍ଯ୍ୟରେ ପ୍ରଭାବ ପଡିଛି । ବିଜୁଳି କାଟ ହେବା ଯୋଗୁଁ…

1 hour ago