ଢେଙ୍କାନାଳ ଫାଶିଗାଁରେ ୧୪ ଫୁଟ୍ ଲମ୍ବା ଏବଂ ୨୦ କେଜି ଓଜନର ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଓଡାପଡା ବ୍ଳକ୍ ଫାଶିଗାଁ ପୋଖରୀ ନିକଟରୁ ଗୋଟିଏ ଅହିରାଜ ସାପ ଉଦ୍ଧାର ହୋଇଛି । ବନ ବିଭାଗ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲ ଭିତରକୁ ଛାଡିଦିଆଯାଇଛି । ଗତକାଲି ଫାଶିଗାଁ ଗ୍ରାମର ପୋଖରୀ ପାଖରେ ଦୁଇଟି ସାପ ଖେଳୁଥିବା ଦେଖି ଗ୍ରାମବାସୀ ବନ ବିଭାଗ ଏବଂ ସାପ ଧରାଳିଙ୍କୁ ଜଣାଇଥିଲେ । ପ୍ରାୟ ୨ଘଣ୍ଟାର ଉଦ୍ଯମ ପରେ ୧୪ ଫୁଟ୍ ଲମ୍ବା ଏବଂ ୨୦ କେଜି ଓଜନର ଗୋଟିଏ ବିରଳ ଅଜଗର ସାପକୁ ଧରିବାରେ ସଫଳ ହୋଇଥିଲେ । ତେବେ ଏହାକୁ ନେଇ ଗ୍ରାମବାସୀ ଭୟଭିତ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.