କଳିଙ୍ଗନଗର : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୪ବର୍ଷ। ଆଜି ୧୪ତମ ସହିଦ୍ ଦିବସ ପାଳନ କରିବ ବିସ୍ଥାପନ ବିରୋଧୀ ଜନମଞ୍ଚ। ଏଥିରେ ବିଭିନ୍ନ ସଙ୍ଗଠନ ଯୋଗଦେଇଛନ୍ତି। ସହିଦ ସ୍ତମ୍ଭ ନିକଟରେ ମୃତକଙ୍କ ପରିବାର ପକ୍ଷରୁ ପୂଜାର୍ଚ୍ଚନା ପରେ ଚମ୍ପାକୋଇଲିଠାରୁ ଏକ ଶୋଭାଯାତ୍ରା ବାହାରି ଆମ୍ବଗଡିଆସ୍ଥିତ ବୀରଭୂମି ପର୍ଯ୍ୟନ୍ତ ଯାଉଛି। ସେଠାରେ ଏକ ସ୍ମୃୃତି ସଭାର ଆୟୋଜନ କରାଯାଇଛି। ସହିଦ ଦିବସ ପାଳନ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରାୟ ୫ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି। ଯାଜପୁର କଳିଙ୍ଗନଗରରେ ୨୦୦୬ରେ ହୋଇଥିବା ଗୁଳିକାଣ୍ଡରେ ୧୨ଜଣ ଆଦିବାସୀ ସହିଦ୍ ହୋଇଥିଲେ।