ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ । ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଛି ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ । ସେଥିପାଇଁ ଚନ୍ଦ୍ରଭାଗା ବେଳାଭୂମି ବେଶ ଉତ୍ସବ ମୁଖର ହୋଇଛି ।
ବେଳାଭୂମିରେ ପ୍ରତିଯୋଗୀଙ୍କ ପାଇଁ ଗଦା ହୋଇଛି ବାଲି । ଚଳିତବର୍ଷ ୮ ଜଣ ବିଦେଶୀ ବାଲୁକା ଶିଳ୍ପୀ ସାମିଲ୍ ହେବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବରେ ଆଠ ଜଣ ବିଦେଶୀ ବାଲୁକା ଶିଳ୍ପୀଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ୧୨୯ ଜଣ ବାଲୁକା ଶିଳ୍ପୀଙ୍କ ଦ୍ଵାରା ୩୫ଟି ଷ୍ଟଲରେ ଭିନ୍ନ ଭିନ୍ନ ଚିତାକର୍ଷକ ବାଲୁକା କଳା ପ୍ରଦର୍ଶନ କରିବେ ।