ଉଦ୍ଧାର ହେଲେ ୧୫ ଦାଦନ ଶ୍ରମିକ, ପୋଲିସ ଜାଲରେ ୨ ସର୍ଦ୍ଦାର

କଳାହାଣ୍ଡି(କେ ନ୍ୟୁଜ):   ଉଦ୍ଧାର ହେଲେ ୧୫ ଦାଦନ ଶ୍ରମିକ । ୨ ସର୍ଦ୍ଦାର ଗିରଫ । କଳାହାଣ୍ଡି ଜିଲ୍ଲାରୁ ୧୫ ଜଣ ଦାଦନ ଶ୍ରମିକଙ୍କୁ ବାହାର ଅଞ୍ଚଳକୁ ଚାଲାଣ ପାଇଁ ଅଣାଯାଇଥିଲା । ସେମାନଙ୍କୁ ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଖଲିଆପାଲିରେ ୮ ଦିନ ଧରି ରଖାଯାଇଥିଲା । ଏନେଇ ପୋଲିସ ଖବରପାଇ ଚଢଉ କରି ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ।

ସେମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ, ୩ ଜଣ ମହିଳା ଓ ୯ ଜଣ ଛୋଟ ଛୁଆ ରହିଛନ୍ତି । ଏଥିରେ ସମ୍ପୃକ୍ତ ୨ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ମୁରିବାହାଲ ଥାନା ଖଲିଆପାଲି ଗାଁର ସୁମନ ଝରା ଏବଂ କଳାହାଣ୍ଡି ଜିଲ୍ଲା ପର୍ଲା ଅଞ୍ଚଳର ପବିତ୍ର ବାଗ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.