ବୁଦା ମୂଳରୁ ଉଦ୍ଧାର ହେଲା ୧୫ ଫୁଟର ଅଜଗର, ଜଙ୍ଗଲରେ ଛାଡିଲା ବନ ବିଭାଗ

ସାଲେପୁର : ବୁଦା ମୂଳରୁ ଉଦ୍ଧାର ହେଲା ୧୫ ଫୁଟର ଅଜଗର । କଟକ ଜିଲ୍ଲା କିଶନନଗର ଥାନା ବାରଦା ପଞ୍ଚାୟତ ମହାନଦୀ କୂଳ ନାନକାର ଗଡାରେ ଥିବା ଏକ ବୁଦା ମୂଳରେ ୧୫ ଫୁଟର ଅଜଗର ସାପ ବୁଲା ବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖି ପାଇଥିଲେ ।  ପରେ ବନ ବିଭାଗକୁ ଖବର ଦେଇଥିଲେ।  ବନ ବିଭାଗ ଖବର ପାଇ ସାପକୁ ଉଦ୍ଧାର କରିଥିଲେ । ଏକ ପଞ୍ଜୁରୀ ସାହାଯ୍ୟରେ ଚୌଦ୍ଵାର ଡମ ଡ଼ମଣି ଜଙ୍ଗଲରେ ଛାଡ଼ିବେ ବୋଲି ସୂଚନା ମିଳିଛି।

You might also like